ରଥଯାତ୍ରା ଉପରେ ରୋକ୍ ଲଗାଇବାକୁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ: ଜୁନ୍ ୨୩ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା।  ରଥଯାତ୍ରା ହେବ କି ନାହିଁ ସେ ନେଇ ସ୍ଥିତି ସ୍ପଷ୍ଟ କରିନାହାନ୍ତି ଓଡ଼ିଶା ସରକାର। କିନ୍ତୁ ଏକ ଏନଜିଓ ରଥ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛି। ସୁପ୍ରିମକୋର୍ଟରେ ଏଥିପାଇଁ ଏକ ପିଟିସନ ଦାଖଲ କରିଛି। ଏହି ଆବେଦନକୁ ଭୁବନେଶ୍ୱରର ଓଡିଶା ବିକାଶ ପରିଷଦ ଏନଜିଓ ପକ୍ଷରୁ ଦାଖଲ କରାଯାଇଛି।

ଏହି ଆବେଦନରେ କୁହାଯାଇଛି ଯେ, ରଥ ଯାତ୍ରା ହେଲେ କରୋନା ଆହୁରି ବ୍ୟାପିପାରେ। ଯଦି ଲୋକଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଦୀପାବଳିରେ ବାଣ ଫୁଟାଇବା ଉପରେ ରୋକ୍ ଲଗାଇ ପାରୁଛନ୍ତି ତା’ହେଲେ କାହିଁକି ରଥଯାତ୍ରା ଉପରେ ପ୍ରତିବନ୍ଧକ ନଲାଗିବ ବୋଲି ଆବେଦନକାରୀ ପ୍ରଶ୍ନ କରିଛନ୍ତି।

ଓଡ଼ିଶା ସରକାର ଜୁନ୍ ୩୦ ପର୍ଯ୍ୟନ୍ତ ସମସ୍ତ ଧାର୍ମିକ କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। କିନ୍ତୁ ମନ୍ଦିର କମିଟି ଭକ୍ତଙ୍କ ବିନା ରଥଯାତ୍ରା କରିବାକୁ ନିଷ୍ପତ୍ତି ନେଇଛି ଏବଂ ରଥ ନିର୍ମାଣ ମଧ୍ୟ ଦ୍ରୁତ ଗତିରେ ଚାଲିଛି। ରଥ ଟାଣିବା ପାଇଁ ମନ୍ଦିର କମିଟି ଅନେକ ବିକଳ୍ପ ପ୍ରସ୍ତୁତ କରିଛି। ପୁଲିସ୍, ମେସିନ୍ କିମ୍ବା ହାତୀରୁ ରଥକୁ ଗୁଣ୍ଡିଚା ମନ୍ଦିରକୁ ନେବାକୁ ବିଚାର କରାଯାଉଛି।

[ad_2]
Exit mobile version