ଜୀବନମନ୍ତ୍ରନ୍ୟୁଜ୍ରାଜ୍ୟଶିକ୍ଷା

ଏପ୍ରିଲ ୧୮ରେ ଡାକ୍ତରୀ ପିଜି ପ୍ରବେଶିକା

ସତ୍ୟଶିଖା (ଭୁବନେଶ୍ୱର) ୧୬/୦୧/୨୦୨୧ : ଡାକ୍ତରୀ ସ୍ନାତକୋତ୍ତର (ପିଜି) ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଚଳିତ ବର୍ଷ ଏପ୍ରିଲ ୧୮ରେ ନ୍ୟାସନାଲ୍‌ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ ଫର୍‌ ପୋଷ୍ଟଗ୍ରାଜୁଏଟ(ଏନ୍‌ଇଇଟି-ପିଜି) ପରୀକ୍ଷା ଅନୁଷ୍ଠିତ ହେବ । ଏ ସଂକ୍ରାନ୍ତରେ ନ୍ୟାସନାଲ୍‌ ବୋର୍ଡ ଅଫ୍‌ ଏକଜାମିନେସନ(ଏନ୍‌ବିଇ)ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଦେଶରେ ଥିବା ୬,୧୦୨ ଡାକ୍ତରୀ ଶିକ୍ଷାନୁଷ୍ଠାନରେ ମାଷ୍ଟର ଅଫ୍‌ ସର୍ଜରୀ (ଏମ୍‌ଏସ୍‌)ରେ ୧୦,୮୨୧, ଡକ୍ଟର ଅଫ୍‌ ମେଡିସିନ୍‌ (ଏମ୍‌ଡି)ରେ ୧୯,୯୫୩, ପିଜି ଡି‌େ‌ପ୍ଲାମାରେ ୧,୯୭୯ ଏବଂ ଏମ୍‌ଡିଏସ୍‌ରେ ୬୫୦୧ ସିଟ୍‌ ଉପଲବ୍ଧ ରହିଛି । ଉପରୋକ୍ତ ସିଟ୍‌ରେ ଏମ୍‌ବିବିଏସ୍‌ ଡାକ୍ତର ପିଜି ପାଠ ପଢିବା ନିମନ୍ତେ ପ୍ରବେଶିକା ପରୀକ୍ଷା ଦେବେ ।

ଚଳିତ ବର୍ଷ କମ୍ପ୍ୟୁଟର ବେସ୍‌ ଟେଷ୍ଟ (ସିବିଟି) ମାଧ୍ୟମରେ ପରୀକ୍ଷା କରାଯିବ । ସାଢେ ୩ ଘଣ୍ଟା ପରୀକ୍ଷା ଅନୁଷ୍ଠିତ ହେବ । ଯେଉଁ ଏମ୍‌ବିବିଏସ୍‌ ଡାକ୍ତର ଜୁନ୍ ୩୦ ସୁଦ୍ଧା ଇଣ୍ଟର୍ଣ୍ଣସିପ୍ ସମ୍ପୂର୍ଣ୍ଣ କରିଥିବେ ସେହିମାନେ ପରୀକ୍ଷା ଦେବା ପାଇଁ ପଞ୍ଜିକରଣ କରିପାରିବେ; କିନ୍ତୁ ତା’ପୂର୍ବରୁ ଏମ୍‌ବିବିଏସ୍‌ ସାର୍ଟିଫିକେଟ ମେଡିକାଲ କାଉନସିଲ ଅଫ୍‌ ଇଣ୍ଡିଆ ଏବଂ ରାଜ୍ୟ ମେଡିକାଲ କାଉନସିଲରେ ପଞ୍ଜିକୃତ ହୋଇଥିବା ଆବଶ୍ୟକ ବୋଲି ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ।

Show More
Back to top button