Uncategorizedଧର୍ମନ୍ୟୁଜ୍

ରଥଖଳାକୁ ବିଜେ ହେଲା ଆଜ୍ଞାମାଳ:

ପୁରୀ ସତ୍ୟଶିଖା : ରଥଯାତ୍ରାକୁ ନେଇ ଦ୍ୱନ୍ଦ୍ୱ ଭିତରେ ତିନି ରଥରେ ବିଜେ ହେଲା ଆଜ୍ଞାମାଳ । ନିର୍ଧାରିତ ନିର୍ଘଂଟ ନୀତି ଅନୁସାରେ ତିନି ରଥରେ ସେବାୟତ ବିଜେ କରିଛନ୍ତି ଆଜ୍ଞାମାଳ । ପରମ୍ପରା ଅନୁସାରେ ରଥ ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ ହୋଇଛି। ତିନି ରଥରେ ବିଜେ ହୋଇଛି ଆଜ୍ଞାମାଳ। ପ୍ରଥମେ ତାଳଧ୍ବଜ, ତା’ପରେ ନନ୍ଦିଘୋଷ ଓ ଶେଷରେ ଦେବଦଳନ ରଥରେ ଆଜ୍ଞାମାଳ ବିଜେ ହୋଇଥିଲା। ପାରମ୍ପରିକ ସେବକମାନଙ୍କ ଦ୍ବାରା ଏହି ନୀତି ସମାପିତ ହୋଇଛି।

ଏହାପରେ  ରଥଖଳାରେ ପ୍ରସ୍ତୁତ ହୋଇ ରହିଥିବା ତିନି ରଥକୁ ରଥଖଳାରୁ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖ ଚକଡ଼ାକୁ ନିଆଯିବାର ପରମ୍ପରା ରହିଛି। ରଥଖଳାରେ ତିନି ରଥରେ ଆଜ୍ଞାମାଳ ବିଜେ ପରେ ପୁଲିସ ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ ଓ ସେବକମାନେ ତିନି ରଥକୁ ସିଂହଦ୍ୱାର ଚକଡ଼ାକୁ ଟାଣି ନେଇଥାନ୍ତି। ତିନି ରଥକୁ ଉତ୍ତରମୁହାଁ କରି ରଖାଯିବା ପରେ ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ତିନି ରଥରେ ଠାକୁରଙ୍କୁ ବିଜେ କରି ରଥଟଣା ଆରମ୍ଭ ହୋଇଥାଏ। ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ଚୂଡ଼ାନ୍ତ ହୋଇଛି। ସୁପ୍ରିମକୋର୍ଟ ରଥଯାତ୍ରା ସପକ୍ଷରେ ରାୟ ଆସିଲେ ଚୂଡ଼ାନ୍ତ ନୀତି ଅନୁଯାୟୀ ନୀତିକାନ୍ତି ଅନୁଷ୍ଠିତ ହେବ। ନଚେତ୍‌ ସମସ୍ତ ନୀତି ବନ୍ଦ କରି ଦିଆଯିବ ବୋଲି ଜଣାପଡ଼ିଛି।

Show More
Back to top button