ରଞ୍ଜନଙ୍କୁ ଟାଣି ନେଲା କୁମ୍ଭୀର – Satyasikha

ପଟ୍ଟାମୁଣ୍ଡାଇ(ପ୍ରବୀର କୁମାର ନାୟକ): ମଇଁଷୀ ଚରାଳିଙ୍କୁ ଟାଣି ନେଲା କୁମ୍ଭୀର । ଏପରି ଅଭାବନୀୟ ଘଟଣା ଆଜି ରାଜନଗର ବ୍ଲକରେ ଘଟିଛି। ନିଖୋଜ ଯୁବକ ହେଉଛନ୍ତି ସାତଭାୟା ଗାଁର ୩୭ ବର୍ଷୀୟ ରଞ୍ଜନ ମହାନ୍ତି।

ସୂଚନା ମୁତାବକ,  ରଞ୍ଜନ ନିଜ ମଇଁଷିଙ୍କୁ ଚରାଇବାକୁ ନଦୀ ପାର ହୋଇ ପ୍ରତିଦିନ ଆର ପାରିକୁ ଯାଇଥାନ୍ତି। ଆଜି ସକାଳେ ମଇଁଷି ପିଠିରେ ବସି ରଞ୍ଜନ ନଦୀ ପାର ହେଉଥିବା ସମୟରେ ଏକ ବଉଳା କୁମ୍ଭୀର ତାଙ୍କୁ ପାଣି ଭିତରକୁ ଟାଣିନେଇଥିଲା । ନଦୀ କୂଳରେ ଥିବା ଲୋକେ ଚିତ୍କାର କରି  କୁମ୍ଭୀରକୁ ଘଉଡାଇବାକୁ ଚେଷ୍ଟା କରିଥିଲେ ସୁଦ୍ଧା ରଞ୍ଜନଙ୍କୁ ଉଦ୍ଧର କରିପାରିନଥିଲେ

ଆହୁରି ପଢ଼ନ୍ତୁ

ଖବର ପାଇ ବନ ବିଭାଗ କର୍ମଚାରୀ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ ମିଶି ଖୋଜାଖୋଜି ଆରମ୍ଭ କରିଛନ୍ତି। ହେଲେ ଏ ଯାଏ ନିଖୋଜ ଯୁବକଙ୍କ ପତ୍ତା ମିଳି ପାରି ନାହିଁ।

ଆହୁରି ପଢ଼ନ୍ତୁ



[ad_2]

Exit mobile version