ରାଜନୀତିରାଜ୍ୟ

ଗୃହରେ ଧାନକିଣା ତାତି, ସରକାରଙ୍କୁ ଘେରିଲେ ବିରୋଧି

ସତ୍ୟଶିଖା,(ଭୁବନେଶ୍ୱର) ୨୭ .୦୩ .୨୦୨୧ ଗୃହରେ ପୁଣି ଉଠିଲା ଧାନ ପ୍ରସଙ୍ଗ । ଧାନକୁ ନେଇ ଗୃହ ଅସ୍ବାଭିକ ପରିସ୍ଥିତ ସହ ରାଜ୍ୟ ରାଜନୀତିରେ ଏକ ନୂତନ ପରିସ୍ଥିତି ସୃଷ୍ଟି କରିଥିଲା । ଆଜି ପୁଣି ବିରୋଧୀ ଧାନ ପ୍ରସଙ୍ଗର ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ବିଧାନସଭାରେ ପୁଣି ଧାନ କିଣା ତାତି । ବର୍ତ୍ତମାନ ପର୍ଯ୍ୟନ୍ତ ସରକାର କେତେ ଧାନ ଉଠାଇଛନ୍ତି । ଧାନ ଉଠାଣ ତାରିଖ ଏପ୍ରିଲ 15 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଉ । ଏଭଳି ଦାବି କରି ଗୃହ ମଧ୍ୟ ଭାଗରେ ବିଜେପି ସଦସ୍ୟଙ୍କ ହୋହଲ୍ଲା ପାଟିତୁଣ୍ଡ ନାରବାଜି କରିଛନ୍ତି । ସେପଟେ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ମନ୍ତବ୍ୟ ଆଜି ଖାଦ୍ୟ ଯୋଗାଣ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ଅଛି। ଆଲୋଚନା ବେଳେ କେତେ ଧାନ ଉଠିଛି ସେ ସମ୍ପର୍କରେ ବିସ୍ତୃତ ସୂଚନା ଦେବେ। ତେଣୁ ହୋହଲ୍ଲା କରିବାର ଆବଶ୍ୟକତା ନାହିଁ ବୋଲି ମନ୍ତ୍ରୀ କହିଥିଲେ ।

Show More
Back to top button