ଦେଶ

ରକ୍ତାକ୍ତ ସଂଘର୍ଷ ପରେ ୭୨ ଘଣ୍ଟା ମଧ୍ୟରେ ଗଲୱାନ ବ୍ରିଜ କାମ ସାରିଲା ଭାରତ

ନୂଆଦିଲ୍ଲୀ: ଲଦାଖ ସଂଘର୍ଷରେ କେତେ ଜଣ ଚାଇନା ସୈନ୍ୟ ମୃତାହତ ହୋଇଛନ୍ତି ସେ ସମ୍ପର୍କରେ ଏଯାଏ ବେଜିଂ ହିସାବ ଦେଇନାହିଁ। କିନ୍ତୁ ଭାରତୀୟ ଇଞ୍ଜିନିୟରମାନେ ରକ୍ତାକ୍ତ ସଂଘର୍ଷର ୭୨ ଘଣ୍ଟା ମଧ୍ୟରେ ଗଲୱାନ ବ୍ରିଜ୍‌ ନିର୍ମାଣ କାମ ଶେଷ କରି ଦେଇଛନ୍ତି। ଭାରତ ଲଦାଖ ସ୍ଥିତ ଗଲୱାନ ନିକଟରେ ବ୍ରିଜ୍‌ ତିଆରି କରୁଥିବାରୁ ଏହା ଚାଇନାକୁ କ୍ଷୁବ୍ଧ କରିଥିଲା।

ଯେଉଁଥିପାଇଁ ଚାଇନା ଓ ଭାରତ ମଧ୍ୟରେ ତିକ୍ତତା ଦେଖାଯାଇଥିଲା। ତେବେ ସବୁ ତିକ୍ତତା ମଧ୍ୟରେ ବି ଭାରତ ନିଜ ସୀମାରେ ବ୍ରିଜ କାମ ଶେଷ କରି ସମସ୍ତଙ୍କୁ ଜଳକା କରିଦେଇଛି।

ସୂତ୍ର ଅନୁଯାୟୀ, ଜୁନ୍ ୧୫ ଘଟଣା ପରେ ଭାରତୀୟ ସେନାର ଇଞ୍ଜିନିୟରମାନଙ୍କୁ ଦ୍ରୁତଗତିରେ ବ୍ରିଜ କାମ କରିବାକୁ ନିର୍ଦ୍ଦେଶ ମିଳିଥିଲା। ସେହି ଅନୁସାରେ ସେମାନେ ମଧ୍ୟ କାମ ଆଗକୁ ନେଇ ମାତ୍ର ୭୨ ଘଣ୍ଟା ମଧ୍ୟରେ ଗଲୱାନ ବ୍ରିଜ ଶେଷ କରିଦେଇଛନ୍ତି। ଏହି ୬୦ ମିଟିର ଲମ୍ବ ବିଶିଷ୍ଟ ବ୍ରିଜ୍‌ ଦ୍ୱାରା ଭାରତୀୟ ସେନା ନିଜ ଇଚ୍ଛା ଅନୁସାରେ ଏଲଏସି ନିକଟକୁ ବିଭିନ୍ନ ସାମଗ୍ରୀ ଓ ଯବାନଙ୍କୁ ଦରକାର ବେଳେ ପଠାଇପାରିବ। ପୂର୍ବରୁ ବ୍ରିଜ ନଥିବାରୁ ଯବାନମାନେ ବହୁତ ବିଳମ୍ବରେ ଏଲଏସି ନିକଟରେ ପହଞ୍ଚୁଥିଲେ।

ଆହୁରି ପଢ଼ନ୍ତୁ

ଗୁରୁବାର ମଧ୍ୟାହ୍ନରେ ଏହାର କାମ ଶେଷ ହୋଇଛି। ବ୍ରିଜ କେତେ ଶକ୍ତ ରହିଛି, ତା’ର ପରୀକ୍ଷା ପାଇଁ ମଧ୍ୟ ଦୁଇ ଘଣ୍ଟା ଧରି ଆର୍ମି ଗାଡ଼ି  ଏହା ଉପରେ ଚଳାଚଳ କରିଥିଲା। ଚାଇନା ସେନାର ଲଗାତର ବିରୋଧ ଓ ହିଂସା ଆଚରଣ ସତ୍ତ୍ୱେ ମଧ୍ୟ ଭାରତୀୟ ସେନାର ଯବାନମାନେ ବେଶ କଠିନ ପରିଶ୍ରମ କରି ଏହାକୁ ଶେଷ କରିଛନ୍ତି।

ମଙ୍ଗଳବାର ସକାଳୁ ସୀମାରେ ଘଟିଥିବା ରକ୍ତାକ୍ତ ସଂଘର୍ଷ ଖବର ସାମ୍ନାକୁ ଆସିଥିଲା। ଏହାପରେ ଆର୍ମିର କାରୁ ବେସ୍ ମାଉଣ୍ଟେନ ଡିଭିଜନ ଆର୍ମି ଇଞ୍ଜିନିୟର ୟୁନିଟକୁ ଏକ ଜରୁରୀ ମେସେଜ କରିଥିଲା। କୌଣସି ବିଳମ୍ବ ନ କରି ବ୍ରିଜ କାମକୁ ଅଧିକ ତ୍ୱରାନ୍ୱିତ କରିବାକୁ ଏଥିରେ କୁହାଯାଇଥିଲା।

ବେଲି ବ୍ରିଜ ନାମକ ଏହି ବ୍ରିଜ ମେଟାଲ ଟ୍ରୁସେସ ଦ୍ୱାରା ନିର୍ମାଣ କରାଯାଇଛି। ଫଳରେ ମିଲିଟାରୀ ଗାଡ଼ିଗୁଡ଼ିକ ଦ୍ରୁତଗତିରେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯାଇ ପାରିବ।

ଚାଇନା ବାରମ୍ବାର ଲଦାଖରେ ଉତ୍ତେଜନା ସୃଷ୍ଟି କରୁଥିବାରୁ ଏହି ବ୍ରିଜ ନିହାତି ଜରୁରୀ ଥିଲା। ଏବେ ଭାରତୀୟ ସେନା ଜରୁରି ପରିସ୍ଥିତିରେ ଏହି ବ୍ରିଜ୍‌କୁ ବ୍ୟବହାର କରି ଏଲଏସି ନିକଟରେ ପହଞ୍ଚି ପାରିବ ବୋଲି କୁହାଯାଉଛି।

[ad_2]
Show More
Back to top button