ନ୍ୟୁଜ୍

ଜମ୍ମୁ କାଶ୍ମୀର ପୁଞ୍ଚରେ ଆତଙ୍କବାଦୀ ଆକ୍ରମଣ

ସତ୍ୟଶିଖା ( ଭୁବନେଶ୍ୱର )୧୧/୧୦ /୨୦୨୧:  ଜମ୍ମୁକାଶ୍ମୀରର ପୁଞ୍ଚ ଜିଲ୍ଲାରେ ସୋମବାର ହୋଇଛି ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ । ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଘମାଘୋଟ ଗୁଳିବର୍ଷଣ ପରେ ଭାରତୀୟ ସେନାର ଜଣେ ଜୁନିଅର କମିଶନ ଅଫିସର ଓ ୪ ଜଣ ଯବାନ ଶହୀଦ ହୋଇଥିବା ସୂଚନା ମିଳିଛି ।

ସୂଚନା ମୁତାବକ, ପୁଂଛ ଜିଲ୍ଲାର ଚମରେର ଜଙ୍ଗଲରେ ଆତଙ୍କବାଦୀ ଲୁଚିଥିବା ଖବର ମିଳିଥିଲା । ମୁଗଲ ରୋଡ ପଟଦେଇ ଏହି ଜଙ୍ଗଲକୁ ଆତଙ୍କବାଦୀ ପ୍ରବେଶ କରିଥିବା ସୁରକ୍ଷା ଏଜେନ୍ସି ଖବର ଦେଇଥିଲା । ତୁରନ୍ତ ସୁରକ୍ଷା ବଳ ଏଠାରେ ଅପରେସନ୍ ଆରମ୍ଭ କରିଥିଲା । ଫଳରେ ଆତଙ୍କବାଦୀ ଓ ସେନା ଯବାନ ମୁହାଁମୁହିଁ ହୋଇଥିଲେ । ପୁରା ଇଲାକାକୁ ସିଲ କରି ଆତଙ୍କବାଦୀଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ ଯବାନ୍ । ହେଲେ ଆତଙ୍କୀଙ୍କ ପାଲଟା ଗୁଳିରେ ଗୁରୁତର ଆହତ ହୋଇଥିଲେ ଯବାନ । ସେମାନଙ୍କ ହସ୍ପିଟାଲ ଯିବା ବାଟରେ ସେମାନେ ସହିଦ ହୋଇଥିଲେ । ଏବେବି ଜଙ୍ଗଲରେ ୩ରୁ ୪ଆତଙ୍କବାଦୀ ଲୁଚି ରହିଥିବା ଖବର ରହିଛି ।

Show More
Back to top button