ଯୋଗୀଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ, ଇୟର ଫୋନରେ ଶୁଣୁଛନ୍ତି ଗୀତ


ରାୟପୁର: ହୃଦଘାତ ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ଅବସ୍ଥା ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ଏବେ ବି ସେ ଅତ୍ୟନ୍ତ ସଙ୍କଟାପନ୍ନ ଅବସ୍ଥାରେ ଥିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ସେ କୋମାରେ ଥିବାରୁ ଡାକ୍ତରମାନେ ତାଙ୍କର ଅଡିଓ ଥେରାପି କରୁଛନ୍ତି।
୭୪ ବର୍ଷୀୟ ଯୋଗୀଙ୍କୁ ସ୍ନାୟୁ କାମ ଦେଉନାହିଁ। କୌଣସି ଚିକିତ୍ସାକୁ ସେ ରେସପଣ୍ଡ କରୁନାହାନ୍ତି। ଫଳରେ ଡାକ୍ତରମାନେ ଇୟର ଫୋନ ଜରିଆରେ ତାଙ୍କୁ ଗୀତ ଶୁଣାଇ ସୁସ୍ଥ କରିବାକୁ ଉଦ୍ୟମ କରାଯାଉଛି। ଯୋଗୀ ସର୍ବଦା ଯେଉଁ ଗୀତ ଶୁଣନ୍ତି, ଡାକ୍ତରମାନେ ସେହି ସବୁ ଗୀତ ହିଁ ଏବେ ତାଙ୍କୁ ଶୁଣାଉଛନ୍ତି।
ଆହୁରି ପଢ଼ନ୍ତୁ
ମେ’ ୯ ତାରିଖରେ ଯୋଗୀଙ୍କୁ ଶ୍ରୀ ନାରାୟଣ ହସ୍ପିଟାଲକୁ ଅଣାଯାଇଥିଲା। ସେବେଠାରେ ସେ ଭେଣ୍ଟିଲେଟରରେ ରହିଛନ୍ତି। ହସ୍ପିଟାଲରେ ମେଡିକାଲ ନିର୍ଦ୍ଦେଶକ ଡା.ସୁନୀଲ ଖେମକା କହିଛନ୍ତି, “ଯୋଗୀଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି ଓ ସେ କୋମାରେ ଅଛନ୍ତି।
ତାଙ୍କ ମସ୍ତିଷ୍କକୁ ସକ୍ରିୟ କରିବା ପାଇଁ ଡାକ୍ତରମାନେ ଜୋରଦାର ଉଦ୍ୟମ କରୁଛନ୍ତି। ଇୟରଫୋନ ଦ୍ୱାରା ଗୀତ ଶୁଣାଇ ଡାକ୍ତରମାନେ ତାଙ୍କର ଅଡିଓ ଥେରାପି କରୁଛନ୍ତି। ତାଙ୍କ ହାର୍ଟ, ବ୍ଲବ ପ୍ରେସର ଓ ୟୁରିନ ଆଉଟପୁଟ ନିୟନ୍ତ୍ରଣାଧୀନ ରହିଛି।”