ରାଜ୍ୟ

କଟକ ବନଖଣ୍ଡ ଡାଲିଯୋଡ ବନାଞ୍ଚଳରେ ବାଘ ଆତଙ୍କ

ସତ୍ୟଶିଖା (ଚୌଦ୍ଵାର) ୨୬/୧୧/୨୦୨୦ : କଟକ ବନଖଣ୍ଡ ଡାଲିଯୋଡ ବନାଞ୍ଚଳରେ ବାଘ ଆତଙ୍କ । ଚୌଦ୍ଵାର ଥାନା ଅନ୍ତର୍ଗତ ଡମଣୀ ଜଙ୍ଗଲରେ ଦେଖାଗଲା ବାଘ । ଭୟଭୀତ ଅବସ୍ଥାରେ ଅଛନ୍ତି ସ୍ଥାନୀୟ ଲୋକ ।

ସୂଚନାଯୋଗ୍ୟ ଯେ, ବୁଧବାର ରାତି ପ୍ରାୟ ୭ଟା ବେଳେ ରାସ୍ତାରେ ୨ଟି ବାଘ ଛୁଆ ଖେଳୁଥିବାର ଦେଖିବାକୁ ମିଳିଥିଲା । ଅନେକ ସମୟ ଧରି ବାଘ ଦୁଇଟି ରାସ୍ତା ଅବରୋଧ କରି ରଖିଥିଲେ । ପ୍ରତ୍ୟେକ୍ଷଦର୍ଶୀଙ୍କ ସୂଚନା ଅନୁସାରେ ବାଘ ଦୁଇଟିର ଉଚ୍ଚତା ଅଢେଇ ଫୁଟରୁ ୩ ଫୁଟ ହେବ ବୋଲି କହିଛନ୍ତି । ବାଘ ଦେଖାଯିବା ଖବର ସ୍ଥାନୀୟ ଲୋକ ଜାଣିବା ପରେ ସେମାନଙ୍କ ମଧ୍ୟରେ ଭୟର ବାତ୍ତାବରଣ ଖେଳିଯାଇଛି । ଅନ୍ୟପଟେ ଜଙ୍ଗଲ ବିଭାଗ ନିକଟରେ ଏନେଇ କୌଣସି ଖବର ନଥିବା ଜଣାପଡିଛି ।

Show More
Back to top button