ରାଜ୍ୟ

ସୌମ୍ୟଙ୍କ ବିସ୍ଫୋରକ ମନ୍ତବ୍ୟ : ମୁଖ୍ୟମନ୍ତ୍ରୀଙ୍କ ଦୁଇଟି ଆଖି, ବବି ଓ ମହାପାତ୍ର ବାବୁ

ସତ୍ୟଶିଖା(ଭୁବନେଶ୍ୱର ) ୧୦.୦୮ .୨୦୨୧: ସମ୍ବାଦ ସମ୍ପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିବାର କୌଣସି ସୁଯୋଗ ହାତଛଡ଼ା କରୁନାହାନ୍ତି  । କେତେବେଳେ ଗଣମାଧ୍ୟମରେ ସେ ସମାଲୋଚନା କରୁଛନ୍ତି ତ ଆଉ କେବେ ଜନସଭାରେ । ନିକଟରେ ପ୍ରଜାତନ୍ତ୍ରର ୭୫ତମ ପୂର୍ତି ଉତ୍ସବରେ ସୌମ୍ୟ ପୁଣି ଏକ ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି  ।

ସୌମ୍ୟ ଉକ୍ତ ଉତ୍ସବରେ ଅଭିଭାଷଣ ଦେଇ ଗଣମାଧ୍ୟମ ଓ ସାମ୍ବାଦିକଙ୍କ ପ୍ରବୃତି ଓ ପ୍ରକୃତି କେମିତି ହେବା ଦରକାର ସେ ସମ୍ପର୍କରେ ଆଲୋଚନା କରିଥିଲେ  । ତେବେ ଏହି ଅବସରରେ ସେ କହିଥିଲେଯେ, ଆମ ମୁଖ୍ୟମନ୍ତ୍ରୀଙ୍କ ଦୁଇଟି ଆଖି  । ଜଣେ ବବି ବାବୁ ଓ ଅନ୍ୟ ଜଣେ ମହାପାତ୍ର ବାବୁ  । ବବି ବାବୁ ଦଳ ଭିତରେ କ’ଣ ଚାଲିଛି ସେ ସୂଚନା ଦେବାକୁ ଅଛନ୍ତି  । ଅନ୍ୟ ଜଣେ ବ୍ୟବସ୍ଥାପିକା ସମ୍ପର୍କରେ କହିବାକୁ ଅଛନ୍ତି  । ଏମାନେ ଯଦି କାଉକୁ ଧଳା କହିବେ ମୁଖ୍ୟମନ୍ତ୍ରୀ ତାହା ଗ୍ରହଣ କରିନେବେ  । ସେହିପରି ସାଂସଦ ଭର୍ତୃହରି ମହତାବ କହିଥିଲେଯେ, ଭିନ୍ନମତକୁ ସମ୍ମାନ ଦେବା ଜରୁରୀ  । ଗଠନମୂଳକ ସମାଲୋଚନାକୁ ସ୍ୱୀକାର କରାଯିବା ଉଚିତ  । ଯଦି ଚାପ ପକାଇ ଆମକୁ ଚୁପ କରିଦିଆଯାଏ ସେଠାରେ ଆମେ ମୁହଁ ବନ୍ଦ କରିବା ସତ, କିନ୍ତୁ ମୁଣ୍ଡକୁ ବନ୍ଦ କରିପାରିବା କି ବୋଲି ପ୍ରଶ୍ନ କରିଥିଲେ  ।

ସୌମ୍ୟଙ୍କ ଏଭଳି ମନ୍ତବ୍ୟକୁ ନେଇ ଏବେ ରାଜନୀତିକ ମହଲରେ ଜୋରଦାର ଚର୍ଚ୍ଚା ହେଉଛି  ।

Show More
Back to top button