ଅପରାଧନ୍ୟୁଜ୍ରାଜ୍ୟସ୍ପେଶାଲ୍ ରିପୋର୍ଟସ୍ୱାସ୍ଥ୍ୟ
ଗଞ୍ଜେଇ ଚାଲାଣ ଅଭିଯୋଗରେ ୨ ଗିରଫ


ସତ୍ୟଶିଖା (ଭୁବନେଶ୍ୱର) ୩/୧୧/୨୦୨୦ : ଭୁବନେଶ୍ୱର ବାଙ୍କୁଆଳ ରାସ୍ତା ନିକଟରୁ ଜବତ ହେଲା ଗଞ୍ଜେଇ । ଦାମୀ କାର୍ ସହ ଗଞ୍ଜେଇ ଜବତ କରିଛି ସହିଦ ନଗର ଥାନା ପୋଲିସ । ଗଞ୍ଜେଇ ଚାଲାଣ ଅଭିଯୋଗରେ ୨ ଜଣ ଗିରଫ ହୋଇଛନ୍ତି । ଗିରଫ ଦୁଇ ଜଣ କନ୍ଧମାଳର ସତୀଶ ପ୍ରଧାନ ଏବଂ ଭୁବନେଶ୍ୱରର ସୁଶାନ୍ତ ସାହୁ । ସେମାନଙ୍କରଠାରୁ ୧୪ କେଜି ଗଞ୍ଜେଇ ଜବତ ହୋଇଛି । ଗଞ୍ଜେଇ କନ୍ଧମାଳରୁ ଭୁବନେଶ୍ୱରକୁ ଚାଲାଣ ହେଉଥିଲା ।