ଲକ୍ଷ୍ନୌ: ମା’କୁ ବଞ୍ଚାଇବାକୁ ଚେଷ୍ଟା କରି ଶେଷରେ ବିଫଳ ହୋଇଛି ହତଭାଗା ପୁଅ। ରୋଗୀଣା ମା’କୁ ବଞ୍ଚାଇବାକୁ ସେ ହସ୍ପିଟାଲର କବାଟ ବାଡ଼େଇ ଓ ଝରକା ପିଟି ଚିକିତ୍ସା ସେବା ମାଗିଥିଲେ ହେଁ କେହି ବି ପୁଅର ଡାକ ଶୁଣି ନଥିଲେ। ଶେଷରେ ମା’ ସବୁଦିନ ପାଇଁ ପୁଅକୁ ଛାଡ଼ି ଚାଲି ଯାଇଛି।
ଉତ୍ତର ପ୍ରଦେଶର ହରଦୋଇ ଜିଲ୍ଲାରେ ଏହି ହୃଦୟ ବିଦାରକ ଘଟଣା ଘଟିଛି। ଜଣେ ମହିଳା କମ୍ୟୁନିଟି ହେଲଥ ସେଣ୍ଟର ବାହାରେ ଚିକିତ୍ସା ଅଭାବରୁ ଛଟପଟ ହେଉଥିଲେ ହେଁ କେହି ବି ତାଙ୍କୁ ସହଯୋଗ କରି ନଥିଲେ। ତାଙ୍କ ପୁଅ ବି ମା’ଙ୍କ ଚିକିତ୍ସା ପାଇଁ ସମସ୍ତଙ୍କୁ ନିବେଦନ କରିଥିଲେ। ହେଲେ କେହି ବି ତାଙ୍କ କରୁଣ ଚିତ୍କାର ଶୁଣି ନଥିଲେ। ଶେଷରେ ମହିଳା ଜଣଙ୍କ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି।
ଏବେ ଏହି ଘଟଣାର ଭିଡିଓ ବି ସାମ୍ନାକୁ ଆସିଛି। ସୱାଜିଉର କମ୍ୟୁନିଟି ସେଣ୍ଟର ବାହାରେ ହିଁ ଏହି ଘଟଣା ଘଟିଛି। ଭିଡିଓରେ ଜଣେ ମହିଳା ତଳେ ପଡ଼ିଥିବା ଦେଖିବାକୁ ମିଳିଛି। ଏହି ସମୟରେ ତାଙ୍କ ପୁଅ ଉକ୍ତ ସେଣ୍ଟରର କବାଟ ଓ ଝରକା ବାଡ଼େଇ ଡାକ୍ତରଙ୍କୁ ଡାକିବାକୁ ଚେଷ୍ଟା କରୁଛନ୍ତି।
**Heart Wrenching
UP Failed State
In Hardoi, the son screaming when the mother did not get treatment but no one was present & mother d¡ed
Mother was suffering, Son Cried for help at the Sawaijpur Community Health Center in Hardoi But No one came for helppic.twitter.com/SJM69Qkr6M— زماں (@Delhiite_) July 4, 2020
ଆହୁରି ପଢ଼ନ୍ତୁ
ଅସହାୟ ଅବସ୍ଥାରେ ବ୍ୟକ୍ତି ଜଣଙ୍କ କବାଟ ଓ ଝରକା ବାଡେଇ ଏଠାରେ କିଏ ଅଛ କି? ଦୟା କରି ମୋତେ ସହଯୋଗ କରନ୍ତୁ ବୋଲି କହୁଥିବା ଶୁଣିବାକୁ ମିଳୁଛି।
ବ୍ୟକ୍ତି ଜଣଙ୍କ ଯେତେ ଚେଷ୍ଟା କରିଥିଲେ ହେଁ ତାଙ୍କ ନିବେଦନକୁ କେହି ବି ଶୁଣି ନଥିଲେ। କେହି ଉତ୍ତର ନ ଦେବାରୁ ବ୍ୟକ୍ତି ଜଣଙ୍କ ନିରାଶ ହୋଇ ତଳେ ପଡ଼ି ରହିଥିବା ମା’ଙ୍କ ପାଖରେ ବସି କେବେଳ କାନ୍ଦିବାରେ ଲାଗିଥିଲେ।
ହସ୍ପିଟାଲ ପକ୍ଷରୁ କୁହାଯାଇଛି ଯେ ବ୍ୟକ୍ତି ଜଣଙ୍କ ଉପଯୁକ୍ତ ଗେଟ୍ ଯୋଗେ ମହିଳାଙ୍କୁ ଆଣି ନଥିବାରୁ ଏହାକୁ କେହି ବି ନୋଟିସ କରିପାରି ନଥିଲେ। ଡ୍ୟୁଟି କାର୍ଯ୍ୟ ପରେ କମ୍ୟୁନିଟି ସେଣ୍ଟରର ମେନ୍ ଗେଟ୍ ବନ୍ଦ କରାଯାଇଥିଲା। ଗର୍ଭବତୀ ଓ ଜରୁରୀ ରୋଗୀଙ୍କ ପାଇଁ ପଛପଟ ଗେଟ ଖୋଲା ଯାଇଥିଲା।
ଆହୁରି ପଢ଼ନ୍ତୁ
[ad_2]