ଦେଶ

ମୋଦିଙ୍କ ଲକ୍‌ଡାଉନ୍‌କୁ ଏମିତି ପାଳିଲେ ଯୋଗୀ, ସମର୍ଥକଙ୍କ ସହ ଅଯୋଧ୍ୟରେ କଲେ ମେଳି

ଅଯୋଧ୍ୟା: କରୋନା ଭାଇରସର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ଭାରତରେ ଲକଡାଉନ ଘୋଷଣା କରିଛନ୍ତି। ଏଥିସହ ହାତ ଯୋଡ଼ି ଲୋକଙ୍କୁ ଘରେ ରହିବାକୁ ନିବେଦନ କରିଛନ୍ତି। ଲକଡାଉନ ବେଳେ କୌଣସି ଧାର୍ମିକ କାର୍ଯ୍ୟକ୍ରମ କରାଯାଇ ପାରିବ ନାହିଁ ବୋଲି ଗାଇଡ ଲାଇନ ଜାରି କରାଯାଇଛି।

ହେଲେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଲକଡାଉନ ଓ ମୋଦିଙ୍କ ନିବେଦନକୁ ଆଦୌ ଗ୍ରହଣ ନ କରିବା ଭଳି ଦେଖିବାକୁ ମିଳିଛି। ଆଜି ଭୋରରୁ ଯୋଗୀ ନିଜର ସମର୍ଥକମାନଙ୍କ ସହ ଅଯୋଧ୍ୟାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହାପରେ ସେ ରାମଲଲାଙ୍କୁ ଏକ ଅସ୍ଥାୟୀ ମନ୍ଦିରକୁ ନିଜେ ଉଠାଇ ଅବସ୍ଥାପିତ କରିଥିଲେ। ଏହି ସମୟରେ ତାଙ୍କ ଚାରିପାଖରେ ୩୦ରୁ ଅଧିକ ଲୋକ ରୁଣ୍ଡ ହୋଇଥିଲେ।

ଆହୁରି ପଢ଼ନ୍ତୁ

ଏଠାରେ ସାମଜିକ ଦୂରତ୍ୱକୁ ଆଦୌ ଗୁରୁତ୍ୱ ଦିଆଯାଇନାହିଁ। ଯୋଗୀ ରାମଜନ୍ମ ଭୂମିରେ ଥିବା ପ୍ରଭୁ ରାମଙ୍କ ପ୍ରତିମୂର୍ତ୍ତିକୁ ଅସ୍ଥାୟୀ ଭାବେ ଫାଇବରରେ ନିର୍ମାଣ ହୋଇଥିବା ଛୋଟ ସ୍ଥାନକୁ ସ୍ଥାନାନ୍ତର କରିଛନ୍ତି। ରାମ ଜନ୍ମ ଭୂମିରେ ମନ୍ଦିର ନିର୍ମାଣ ହେବା ଯାଏ ଏହି ପ୍ରତିମୂର୍ତ୍ତି ଏହି ଠାରେ ହିଁ ରହିବ।

ଏଥିପାଇଁ ଯୋଗୀ ମଙ୍ଗଳବାର ରାତିରୁ ହିଁ ଅଯୋଧ୍ୟରେ ପହଞ୍ଚି ଯାଇଥିଲେ। ଆଜି ଭୋରରୁ ସ୍ଥାନାନ୍ତର କାମ କରାଯାଇଥିଲା। ଯୋଗୀ ଟ୍ୱିଟ କରି କହିଛନ୍ତି, ଅଯୋଧ୍ୟା ସମସ୍ତଙ୍କୁ ଆହ୍ୱାନ କରୁଛି। ଭବ୍ୟ ରାମ ମନ୍ଦିର ପାଇଁ ପ୍ରଥମ କାର୍ଯ୍ୟ ଆଜି ଶେଷ ହୋଇଛି। ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀ ରାମ ଆଜି ନୂଆ ଆସନରେ ବିରାଜମାନ ହୋଇଛନ୍ତି। ମାନସ ଭବନ ନିକଟରେ ନିର୍ମାଣ ଏକ ଅସ୍ଥାୟୀ ସ୍ଥାନରେ ‘ରାମଲାଲା’ଙ୍କ ପ୍ରତିମା ସ୍ଥାପନ ହୋଇଛି।

ଭବ୍ୟ ମନ୍ଦିର ପାଇଁ ୧୧ ଲକ୍ଷର ଏକ ଚେକ୍ ମଧ୍ୟ ଦେଇଛି ବୋଲି ଯୋଗୀ କହିଛନ୍ତି। କିନ୍ତୁ ଲକଡାଉନ ବେଳେ ଏଭଳି କାର୍ଯ୍ୟକ୍ରମକୁ ନେଇ ସମସ୍ତେ ପ୍ରଶ୍ନ ଉଠାଇଛନ୍ତି।

[ad_2]
Show More
Back to top button