ଦେଶ

ମୋଦିଙ୍କ ଗର୍ଜନ ପରେ ଚାଇନାର ନୂଆ ପରାମର୍ଶ

ନୂଆଦିଲ୍ଲୀ: ଲଦାଖର ଆଗୁଆ ଘାଟିରେ ଚାଇନାର ବିସ୍ତାରବାଦ ନୀତିକୁ କଡ଼ା ବିରୋଧ କରିବା ସହ ବେଜିଂକୁ ନାଲି ଆଖି ଦେଖାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦିଙ୍କ ଗର୍ଜନ ପରେ ଭାରତକୁ ତାଉ ଦେଖାଉଥିବା ଚାଇନା ଏବେ ନରମ ମନୋଭାବ ଦେଖାଇଛି। ଚାଇନା କହିଛି ଯେ ସୀମା ବିବାଦକୁ ନେଇ ଭାରତ ସହ ବୁଝାମଣା ଚାଲିଛି।

ଏହି ସମୟରେ ଦୁଇ ଦେଶ ଏମିତି କିଛି କାମ ନ କରିବା ଦରକାର ଯାହା ଦ୍ୱାରା ବିବାଦ ଅଧିକ ତୀବ୍ର ହେବ। ଚାଇନା ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଝାଓ ଲିଜିଆନ କହିଛନ୍ତି, ଉତ୍ତେଜନା ହ୍ରାସ କରିବା ପାଇଁ ଭାରତ ଓ ଚାଇନା ଆଲୋଚନା ଓ ବୁଝାମଣା ଜାରି ରଖିଛନ୍ତି। ଉଭୟ ପ୍ରତିରକ୍ଷା ଓ କୂଟନୀତିକ ସ୍ତରରେ ଆଲୋଚନା ଚାଲିଛି।

ଆହୁରି ପଢ଼ନ୍ତୁ

ଏହି ସମୟରେ ଦୁଇ ଦେଶ ଶାନ୍ତି ବଜାୟୀ ରଖିବା ଦରକାର। ସେମାନେ ଏମିତି କିଛି କାମ ନ କରନ୍ତୁ, ଯାହା ଦ୍ୱାରା ସୀମାରେ ତିକ୍ତତା ଅଧିକ ତୀବ୍ର ହେବ। ସବୁ ପ୍ରକାରର ସମସ୍ୟା ଆଲୋଚନା ଦ୍ୱାରା ସମାଧାନ ହୋଇପାରିବ ବୋଲି ସେ କହିଛନ୍ତି।

ଜୁନ୍‌ ୧୫ରେ ଭାରତ ଓ ଚାଇନାର ଯବାନ ଗଲୱାନ ଉପତ୍ୟକାରେ ମୁହାଁମୁହିଁ ହୋଇଥିଲେ। ଏଥିରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିଲା। ସେବେଠାରୁ ଚାଇନା ଲଦାଖର ବିଭିନ୍ନ ସୀମାନ୍ତ ଅଞ୍ଚଳରେ ଭାରତକୁ ନାଲି ଆଖି ଦେଖାଇ ଚାଲିଛି। ଏସବୁ ଭିତରେ ଆଜି ମୋଦି ହଠାତ୍‌ ସମୁଦ୍ର ପତନ ଠାରୁ ପ୍ରାୟ ୧୧ ହଜାର ଫୁଟ ଉପରେ ଥିବା ଲଦାଖର ନିମୁ କ୍ୟାମ୍ପରେ ପହଞ୍ଚି ସୀମା ସୁରକ୍ଷାରେ ସ୍ଥିତି ସୀମାକ୍ଷା କରିଛନ୍ତି। ଏଥିସହ ଯବାନଙ୍କ ବୀରତ୍ୱକୁ ବି ପ୍ରଶଂସା କରିଛନ୍ତି।

ଆହୁରି ପଢ଼ନ୍ତୁ



[ad_2]

Show More
Back to top button