ମେ’ ୭ ଯାଏ ଲକ୍‌ଡାଉନ୍‌ ଅବଧି ବଢ଼ାଇଲା ତେଲେଙ୍ଗାନା, କେସିଆର କହିଲେ ପିଜା ନ ଖାଇଲେ ମରିଯିବାନି

ହାଇଦ୍ରାବାଦ: ତେଲେଙ୍ଗାନା ସରକାର ଲକ୍‌ଡାଉନ୍‌ ଅବଧି ମେ’ ୭ ଯାଏ ବୃଦ୍ଧି କରିଛନ୍ତି। ରବିବାର ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଏ ବିଷୟରେ ଘୋଷଣା କରିଛନ୍ତି।

ଆହୁରି ପଢ଼ନ୍ତୁ

ସେ ଆହୁରି ମଧ୍ୟ କହିଛନ୍ତି, ସ୍ଥାନୀୟ ପ୍ରଶାସନ କଡ଼ା କଟକଣା ଅବଲମ୍ବନ କରିବେ। ଏପରିକି ଆସନ୍ତା ମେ’ ୫ ତାରିଖରେ ଆଗାମୀ ପଦକ୍ଷେପ ବାବଦରେ ବିଚାର କରାଯିବ। କ୍ୟାବିନେଟ୍‌ ଏହି ନିଷ୍ପତ୍ତି ନେବି ବୋଲି ସେ କହିଛନ୍ତି।

ଏତଦ୍‌ବ୍ୟତୀତ ସ୍ୱିଗି ଏବଂ ଜମାଟୋ ଆଦି ଦ୍ୱାରା ଫୁଡ୍‌ ଡେଲିଭରୀ ମଧ୍ୟ ଲକ୍‌ଡାଉନ୍‌ କୋହଳ ନହେବା ଯାଏ ବନ୍ଦ ରହିବ। ସେ କହିଛନ୍ତି, ପିଜା ନଖାଇଲେ ମରିଯିବାନି। ସମସ୍ତେ ଏହି କଟକଣାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ କହିବା ସହ ସେ କହିଛନ୍ତି ଚଳିତ ଥର ରାମଦାନ୍‌ ଶୋଭାଯାତ୍ରାକୁ ଅନୁମତି ମିଳିବନି।

[ad_2]
Exit mobile version