ମେ’ ୩୧ ଯାଏ ବଢ଼ିଲା ଲକଡାଉନ୍

ନୂଆଦିଲ୍ଲୀ: ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ଆଉ ୧୪ ଦିନ ପାଇଁ ବଢ଼ାଇଛି କେନ୍ଦ୍ର। ଆସନ୍ତାକାଲି (ସୋମବାର) ପାଖରୁ ଏହି ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ଲାଗୁ ହୋଇଛି। ମହାରାଷ୍ଟ୍ର, ତାମିଲନାଡୁ, ପଞ୍ଜାବ ମେ’ ୩୧ ଯାଏ ଲକଡାଉନ୍ ବଢ଼ାଇବା ପରେ କେନ୍ଦ୍ର ସରକାର ମଧ୍ୟ ୩୧ ଯାଏ ଲକଡାଉନ୍ ଅବଧି ବଢ଼ାଇଛନ୍ତି।  ଲକଡାଉନ ବୃଦ୍ଧି ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ NDMA ନିର୍ଦ୍ଦେଶ ଦେଇଛି। NECକୁ ଗାଇଡଲାଇନରେ ସଂଶୋଧନ ପାଇଁ NDMAର ନିର୍ଦ୍ଦେଶ ରହିଛି। ସୋମବାରଠୁ ଲାଗୁ ହେବ ୪ର୍ଥ ପର୍ଯ୍ୟାୟ ଲକଡାଉନ।

ଆହୁରି ପଢ଼ନ୍ତୁ

କରୋନା ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର ଲକଡାଉନ୍ ଜାରି କରିଛନ୍ତି। ଆଜି ତୃତୀୟ ପର୍ଯ୍ୟାୟ ଅବଧି ଶେଷ ହେଉଛି। ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ନୂଆ ରୂପରେ ଆସିବ ବୋଲି ପ୍ରଧାନମନ୍ତ୍ରୀ ମୋଦି ପୂର୍ବରୁ କହିଥିଲେ।

ସୂଚନାଯୋଗ୍ୟ, ମେ’ ୨୪ ରାତିରୁ ଦେଶ ଲକଡାଉନ୍ ରହିଛି। ପ୍ରଥମ ପର୍ଯ୍ୟାୟ ଲକଡାଉନ୍ ଏପ୍ରିଲ ୧୪ରେ ଶେଷ ହୋଇଥିଲା। ଏହି ସମୟରେ ଅତ୍ୟାବଶ୍ୟକ ସେବାକୁ ଛାଡ଼ି ସବୁ ବାତିଲ୍ ରହିଥିଲା। ଏହାପରେ ଦ୍ୱିତୀୟ ପର୍ଯ୍ୟାୟଲେ ଚାଷୀ ମାନଙ୍କ କ୍ଷେତ୍ରରେ କୋହଳ କରାଯାଇଥିଲା। ଏମିତିକି ଗାଁ ଗୁଡ଼ିକରେ ଛୋଟ ଶିଳ୍ପ ଖୋଲିବାକୁ ସରକାର ଅନୁମତି ଦେଇଥିଲେ। ଏହାପରେ ତୃତୀୟ ପର୍ଯ୍ୟାୟରେ ରେଡ୍, ଅରେଞ୍ଜ ଓ ଗ୍ରୀନ୍ ଜୋନ୍ ଘୋଷଣା କରିଛନ୍ତି ସରକାର। ରେଡ୍ ଜୋନରେ ସବୁ ବନ୍ଦ ରହିଛି। ଆଉ ଦୁଇଟି ଜୋନରେ କିଛି ନିର୍ଦ୍ଦଷ୍ଟ ସର୍ତ୍ତ ସହିତ ସରକାର ଦୋକାନ, ବଜାର ଖୋଲିଛନ୍ତି।



[ad_2]

Exit mobile version