ଅପରାଧରାଜ୍ୟ

ନାବାଳିକା ଗଣଦୁଷ୍କର୍ମ ମାମଲା

ସତ୍ୟଶିଖା (ଭୁବନେଶ୍ୱର) ୧୮/୧୧/୨୦୨୦: ଭୁବନେଶ୍ୱର ଇନ୍‌ଫୋସିଟି ନାବାଳିକା ଗଣଦୁଷ୍କର୍ମ ଘଟଣା । ବୁଧବାର  ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ନିକଟରେ ହାଜର ହୋଇଛନ୍ତି ଓଟିଭି ଏମ୍‌ଡିଙ୍କ ପ୍ରତିନିଧି ଏବଂ ଓକିଲ । ସେପଟେ ଅଭିଯୋଗକାରିଣୀଙ୍କ ମାଆ ମଧ୍ୟ ଆୟୋଗଙ୍କ ନିକଟରେ ହାଜର ହୋଇଛନ୍ତି । ହାଜର ହେବା ପାଇଁ ଆୟୋଗଙ୍କ ପକ୍ଷରୁ ନୋଟିସ୍‌ କରାଯାଇଥିଲା ।ଲକ୍‌ଡାଉନ୍‌ ସମୟରେ ଜଣେ ନାବାଳିକା ଗଣଦୁଷ୍କର୍ମର ଶୀକାର ହୋଇଥିବା ଅଭିଯୋଗ ଆସିଥିଲେ । ସେବେଠାରୁ ମାମଲାକୁ ନେଇ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି । ସମୟ ଗଡିବା ସହ ଦିନକୁ ଦିନ ମାମଲାରୁ ନୂଆ ନୂଆ ତଥ୍ୟ ଏବଂ ଫୋନ୍‌ ରେକଡିଂ ସାମ୍ନାକୁ ଆସୁଥିଲା । ତେବେ ଗତ କିଛି ଦିନ ତଳେ ଏହି ମାମଲାରେ ମହିଳା କମିଶନଙ୍କ ନିକଟରେ ହାଜର ହୋଇଥିଲେ ଓଟିଭି ଏମଡିଙ୍କ ପ୍ରତିନିଧି । ନିଜ ଓକିଲଙ୍କ ସହ ହାଜର ହୋଇଥିଲେ ଓଟିଭି ଏମଡିଙ୍କ ପ୍ରତିନିଧି । ମହିଳା କମିଶନଙ୍କ ପକ୍ଷରୁ ଏହି ମାମଲା ସମ୍ବନ୍ଧୀୟ କାଗଜପତ୍ର ଦାଖଲ କରିବାକୁ ନିର୍ଦ୍ଦେଶ ହୋଇଥିଲା । ସେହିପରି ଭୁଵନେଶ୍ବର ନାଵାଳିକା ଗଣଦୁଷ୍କର୍ମ ମାମଲାର ସିଵିଆଇ ତଦନ୍ତ ନିର୍ଦ୍ଦେଶ ପ୍ରାର୍ଥନା କରି ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଏର ମଧ୍ୟ ହୋଇଥିଲା ।

Show More
Back to top button