ରାଜନୀତି

ମରୁଡି ପାଇଁ ଦାୟୀ କିଏ

ସତ୍ୟଶିଖା(ଭୁବନେଶ୍ୱର) ୧୬.୧୧.୨୦୨୩ : ମିଲର୍ ଇଚ୍ଛାରେ ରାଜ୍ୟରେ ଧାନ କିଣା ଚାଲିଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମଣ୍ଡି ଖୋଲିଲା ନାହିଁ । କଟଣୀ ଛଟଣୀ ନାଁ ରେ ଚାଷୀକୁ ଶୋଷଣ କରାଯାଉଛି । ଯେଉଁମାନେ ଧାନ ବିକିବା ପାଇଁ ଅପେକ୍ଷା କରିଛନ୍ତି ସେମାନେ କରିବେ କ’ଣ ବୋଲି ପ୍ରଶ୍ନ କରିଛି ବିଜେପି । କୃଷି ଯନ୍ତ୍ରପାତି କିଣାରେ ବ୍ୟାପକ ଦୁର୍ନୀତି ହୋଇଛି । ଇଏ ଦୁର୍ନୀତି ସମ୍ପର୍କରେ ରାଜ୍ୟ ସରକାର କେତେ ସଚେତନ ତାହା ସମସ୍ତଙ୍କୁ ଜଣା । ପ୍ରତିଦିନ ଚାଷୀ ଆତ୍ମହତ୍ୟା କରୁଛନ୍ତି କିନ୍ତୁ ସରକାର ସ୍ୱୀକାର କରିବାକୁ ନାରାଜ । ୨୩ ବର୍ଷ ଭିତରେ ଜଳସେଚନକୁ ନେଇ ସରକାର କଣ କରିଛନ୍ତି ତାହାର ତଥ୍ୟ ରଖନ୍ତୁ ବୋଲି କହିଛି ବିଜେପି ।

କୃଷି ବିଭାଗ ଓ ଜଳ ସମ୍ପଦ ବିଭାଗରେ ହୋଇଥିବା ଦୁର୍ନୀତିକୁ ନେଇ ରାଜ୍ୟ ସରକାର ନିର୍ବାଚନ ପୂର୍ବରୁ ଡିସେମ୍ବର ସୁଦ୍ଧା ସ୍ପଷ୍ଟୀକରଣ ରଖନ୍ତୁ କହି ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି । ୨୦୧୩ ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଦେଢ଼ ଲକ୍ଷ କୋଟି ଟଙ୍କା କୃଷି ବିଭାଗର ବ୍ୟୟ ବରାଦ କିନ୍ତୁ କୃଷି କି କୃଷକର ବିକାଶ ହୋଇପାରିଲାନି । ରାଜ୍ୟ ସରକାରଙ୍କ ଆୟୁ ବଢୁଛି କିନ୍ତୁ ରାଜ୍ୟରେ ଚାଷୀଙ୍କ ଆୟୁ କମି ଚାଲିଛି । ରାଜ୍ୟ ସରକାରଙ୍କ ଆୟ ବଢି ଚାଲିଛି କିନ୍ତୁ ଚାଷୀଙ୍କ ଆୟ କମିଚାଲିଛି ।

ଜାତୀୟ ସ୍ତରରେ ଚାଷୀଙ୍କ ଆୟ ୧୦ ହଜାର ଥିବାବେଳେ ରାଜ୍ୟରେ ତାହା ୫ ହଜାର । ରାଜ୍ୟର ୬୧ ଭାଗ ଚାଷୀ ଋଣଗ୍ରସ୍ତ । ୩୨୭୦୦ କୋଟି ଟଙ୍କା ଋଣ ଭାରରେ ରାଜ୍ୟର ଚାଷୀ ରହିଛନ୍ତି । ଭାରତ ବର୍ଷର 3 ମରୁଡ଼ି ପ୍ରବଣ ରାଜ୍ୟ ଭିତରୁ ଓଡିଶା ରହିଛି ଯାହା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ । ଶୀତଳ ଭଣ୍ଡାର ଗୋଟେ ନୂଆ କରାଗଲା ନାହିଁ । ଯାହା ଥିଲା ତାହା ବନ୍ଦ ହେବାରେ ଲାଗିଛି । ବର୍ତ୍ତମାନ ରାଜ୍ୟରେ ଥିବା 36ଟି ଶୀତଳ ଭଣ୍ଡାର ସଚଳ, 97 ଟି ଅଚଳ । ଚାରା ଦୁର୍ନୀତି ନେଇ ସରକାର ଚୁପ କାହିଁକି । ଧାନର ଅଭାବୀ ବିକ୍ରି ଏବଂ ଚାଷୀ ତାର ଉପଯୁକ୍ତ ମୂଲ୍ୟ ପାଉ ନାହିଁ । କଟଣୀ ଛଟଣୀ ନାଁ ରେ ଚାଷୀକୁ ଶୋଷଣ କରାଯାଉଛି । ବିନା ଜମିରେ ବିନା ଚାଷୀ ଓ ବିନା ଚାଷରେ ରାଜ୍ୟରେ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି । ସେପଟେ ରାଜ୍ୟ ସରକାର କହୁଛନ୍ତି କୃଷି କୃଷକର ଉନ୍ନତି ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତି ବଦ୍ଧ ।

Show More
Back to top button