ମୋଦୀଙ୍କ ଅଭିଭାଷଣକୁ ଟିଏମସି ସାଂସଦଙ୍କ କଟାକ୍ଷ!

ନୂଆଦିଲ୍ଲୀ: କରୋନା ଭାଇରସର ମୁକାବିଲା କରିବା ପାଇଁ ଗୁରୁବାର ସଂଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି। ଏହାକୁ ନାପସନ୍ଦ କରିବା ସହ ପ୍ରଚାର ବୋଲି କହି ତାଚ୍ଛଲ୍ୟ କରିଛନ୍ତି ପଶ୍ଚିମବଙ୍ଗର ଶାସକ ଦଳ ଟିଏମସିର ସାଂସଦ ଡେରେକ ଓବ୍ରାଏନ।

ଆହୁରି ପଢ଼ନ୍ତୁ

ସଂସଦ ଚାଲିଛି। ହେଲେ ଏଭଳି ସ୍ଥିତିରେ ମିଡିଆରେ ଆସି ଉଦବୋଧନ ଦେବା ଗଣତନ୍ତ୍ରର ମନ୍ଦିର ପ୍ରତି ଅପମାନ ନୁହେଁ କି ବୋଲି ଡାରେକ ପ୍ରଶ୍ନ କରିଛନ୍ତି। ନହେଲ ଏହା ପୂର୍ବ ପ୍ରାୟୋଜିତ ରେକର୍ଡିଂ ବାର୍ତ୍ତା ନୁହେଁ କି ବୋଲି ସେ ପ୍ରଶ୍ନ କରିଛନ୍ତି।

ମୁଖ୍ୟମନ୍ତ୍ରୀମାନେ ଟିଭି ଦେଖୁଛନ୍ତି। ହେଲେ ଏହାର ପରଦିନ ଅର୍ଥାତ୍ ଶୁକ୍ରବାର କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ ହେବ। ଏହା ପୂର୍ବରୁ ଜନତା କର୍ଫ୍ୟୁ ନେଇ ରାଜ୍ୟ ସରକାରଙ୍କୁ କହିବା ସଂଘୀୟ ସରକାରର ସଂଜ୍ଞା କି? ଦୃଷ୍ଟି ଆକର୍ଷଣ କରିବା ପାଇଁ ଏହା ଏକ କୌଶଳ ନୁହେଁ କି? ହେଲେ ସମାଧାନ ନାହିଁ ବୋଲି ଡାରେକ ପ୍ରଶ୍ନ କରିଛନ୍ତି।



[ad_2]

Exit mobile version