ମୋଦିଙ୍କ ଟୁଇଟରେ ଚେତିଲା ଇମ୍ରାନଙ୍କ ସୌଜନ୍ୟ

ନୂଆଦିଲ୍ଲୀ: ପାକିସ୍ତାନ ଏବଂ ସେଠିକାର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ସରକାରଙ୍କୁ କେତେ ସୌଜନ୍ୟ ଜଣା ତାହା ଏବେ ପଦାକୁ ଆସିଛି। ଅମ୍ଫାନର ତାଣ୍ଡବ ନେଇ ଏତେ ଦିନ ହେବ ନିରବ ରହିଥିବା ପାକିସ୍ତାନ ସରକାର ଶନିବାର ହଠାତ୍ ଦୁଃଖ ପ୍ରକାଶ କରିଛନ୍ତି। ତେବେ ହଠାତ୍ ଇମ୍ରାନ୍ ଏଭଳି ଟୁଇଟ୍ କରିବା ପଛର କାରଣ ଏବେ ସାମ୍ନାକୁ ଆସିଛି। ଯାହାକି କୌତୁହଳ।

ଶୁକ୍ରବାର କରାଚିରେ ବିମାନ ଦୁର୍ଘଟଣା ହୋଇଥିଲା। ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ରାଷ୍ଟ୍ରପତି ରାମନାଥ କୋବିନ୍ଦ, କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଅନେକ ଭାରତୀୟ ନେତା ଓ ସଧାରଣ ଜନତା ଦୁଃଖ ପ୍ରକାଶ କରିଥିଲେ। ପଡ଼ୋଶୀ ପାକିସ୍ତାନ ବାରମ୍ୱାର ଆତଙ୍କବାଦକୁ ପ୍ରଶୟ ଦେଇ ଭାରତରେ ଅଶାନ୍ତି ସୃଷ୍ଟି କରିବାକୁ ଚାହୁଁଥିବା ବେଳେ ମୋଦି କିନ୍ତୁ ବିମାନ ଦୁର୍ଘଟଣା ବେଳେ ଟୁଇଟ୍ କରି ଦୁଃଖ ପ୍ରକାଶ କରିଥିଲେ। ଆଉ ଏହାପରେ ଇମ୍ରାନଙ୍କର ସୌଜନ୍ୟ ଚେଇଁ ଉଠିଥିବା ଜଣାପଡ଼ିଛି। ଶେଷରେ ଅମ୍ଫାନ ତାଣ୍ଡବର ଚାରି ଦିନ ପରେ ପାକିସ୍ତାନ ସରକାର ସୌଜନ୍ୟ ଦେଖାଇଛନ୍ତି।

ଆହୁରି ପଢ଼ନ୍ତୁ



[ad_2]

Exit mobile version