ଦେଶ

ମେହୁଲ ଚୋକ୍ସିଙ୍କ ସମେତ ୫୦ ଖିଲାଫକାରୀଙ୍କ ୬୮ ହଜାର କୋଟିର ଋଣ ମାଫ

ମୁମ୍ବାଇ: କରୋନା ପାଇଁ ଦେଶର ଅର୍ଥନୀତି ଭୁଶୁଡ଼ି ପଡ଼ିଲାଣି। ଆଗକୁ ଅର୍ଥନୀତିକୁ ସୁଧାରିବା ପାଇଁ ସମସ୍ତେ ଆର୍ଥିକ ସହାୟତା ମାଗୁଛନ୍ତି। ଏସବୁ ଭିତରେ ଆରବିଆଇ ଦେଶର ୫୦ ଜଣ ଋଣ ଖିଲାଫକାରୀଙ୍କ ୬୮,୬୦୭ କୋଟି ଟଙ୍କାର ଋଣ ମାଫ କରିଦେଇଛି।

ଏମାନଙ୍କ ମଧ୍ୟରେ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ଋଣ ଜାଲିଆତି ଘଟଣାରେ ସାମିଲ ଥିବା ନୀରବ ମୋଦିଙ୍କ ମାମୁଁ ମେହୁଲ ଚୋକ୍ସି ମଧ୍ୟ ରହିଛନ୍ତି। ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ଦୁର୍ନୀତି ଘଟଣାରେ ଚୋକ୍ସି ମଧ୍ୟ ଅଭିଯୁକ୍ତ। ତାଙ୍କୁ ତଦନ୍ତକାରୀ ଅଧିକାରୀ ଖୋଜୁଥିବା ବେଳେ ସେ ବିଦେଶରେ ଆତ୍ମଗୋପନ କରିଛନ୍ତି। ତେବେ ଆରବିଆଇ ତାଙ୍କର ଋଣ ଛାଡ଼ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।

ଆରବିଆଇ ୬୮ ହଜାର କୋଟି ଟଙ୍କାର ଋଣ ଛାଡ଼ କରିଥିଲେ ହେଁ ଏହାର କୌଣସି ସୂଚନା ମିଳି ନଥିଲା। ହେଲେ ଆରଟିଆଇ ଜରିଆରେ ଏହି ତଥ୍ୟ ସାମ୍ନାକୁ ଆସିଛି।

ବରିଷ୍ଠ ସୂଚନାଧିକାର କର୍ମୀ ସକେତ ଗୋଖଲେ ଆରଟିଆଇ ଜରିଆରେ ଦେଶର ଟପ୍ ୫୦ ଜଣ ଋଣ ଖିଲାପକାରୀଙ୍କ ଲୋନର ଷ୍ଟାଟସ ଫେବୃଆରୀ ୧୬ ଯାଏ କ’ଣ ରହିଛି ବୋଲି ତଥ୍ୟ ମାଗିଥିଲେ। ଏହାର ଜବାବରେ ଆରବିଆଇ ୬୮,୬୦୭ କୋଟି ଟଙ୍କାର ଋଣ ମାଫ କରିଥିବା ସ୍ୱୀକାର କରିଛି। ଗୋଖଲେ କହିଛନ୍ତି, “କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ସଂସଦରେ ଏହି ତଥ୍ୟ ଜାଣିବା ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ପ୍ରଶ୍ନ କରିଥିଲେ।

ଆହୁରି ପଢ଼ନ୍ତୁ

ହେଲେ ସେମାନେ ଏହାର ଜବାବ ନ ଦେବାରୁ ମୁଁ ଆରଟିଆଇ ଜରିଆରେ ତଥ୍ୟ ମାଗିଥିଲି। ସେ ଫେବୃଆରୀ ୧୬ ତାରିଖ ୨୦୨୦ରେ ଏହି ପ୍ରଶ୍ନ ପଚାରିଥିଲେ। ତେଣୁ ଏହି ତାରିଖ ମଧ୍ୟରେ ଦେଶର ୫୦ ଜଣ ଋଣ ନେଇ ଫେରାଇ ନଥିବା ବ୍ୟକ୍ତିଙ୍କ ଲୋନ ଆମାଉଣ୍ଟର ଷ୍ଟାଟସ ମାଗିଥିଲି।”

ସରକାର ତଥ୍ୟ ଲୁଚାଇଥିଲେ ମଧ୍ୟ ଏପ୍ରିଲ ୨୪ରେ ଆରବିଆଇର କେନ୍ଦ୍ରୀୟ ପବ୍ଲିକ ଇନଫରମେସନ ଅଫିସର ଅଭୟ କୁମାର ସମସ୍ତ ପ୍ରଶ୍ନର ଉତ୍ତର ଦେଇଛନ୍ତି। ତଥ୍ୟ ଅନୁସାରେ, ୨୦୧୯ ମସିହା ସେପ୍ଟେମ୍ବର ୩୦ ମଧ୍ୟରେ ୬୮,୬୦୭ କୋଟି ଟଙ୍କାର ଋଣ ଛାଡ଼ କରିଛି। ଋଣ ଛାଡ଼ କରାଯାଇଥିବା ତାଲିକାର ନଂ୧ରେ ମେହୁଲ ଚୋକ୍ସିଙ୍କ ଗୀତାଞ୍ଜଳି ଜେମ୍ସ ଲିଃ ରହିଛି। ଏହି ସଂସ୍ଥାର ୫,୪୯୨ କୋଟି ଟଙ୍କାର ଋଣକୁ ଆରବିଆଇ ମାଫ କରିଛି। ସେହିପରି ଗିଲି ଇଣ୍ଡିଆ ଲିଃର ୧୪୭୭ କୋଟି ଓ ନକ୍ଷେତ୍ର ବ୍ରାଣ୍ଡ୍ସ ଲିଃର ୧୧୦୯ କୋଟି ଟଙ୍କା ଛାଡ଼ କରାଯାଇଛି।

ଆରଇଆଇ ଆଗ୍ରୋ ଲଃର ୪,୩୧୪ କୋଟି ଟଙ୍କା ଛାଡ଼ କରିଛି। ଏହି କମ୍ପାନୀର ଦୁଇ ନିର୍ଦ୍ଦେଶକ ସନ୍ଦୀପ ଓ ସଞ୍ଜୟ ଝୁନଝୁନୱାଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସ୍କାନରରେ ରହିଛନ୍ତି। ଅନ୍ୟତମ ଫେରାର ହୀରା ବ୍ୟବସାୟୀ ଯତୀନ ମହେଟାଙ୍କ ୱିନସମଡାଇମଣ୍ଡ ଓ ଜୁଏଲର୍ସର ୪୦୭୬ କୋଟି ଟଙ୍କା, କାନପୁରର ରାଇଟିଂ ଇନଷ୍ଟ୍ରୁମେଣ୍ଟ ଜିଆଣ୍ଟ ରୋଟମାକ ଗ୍ଲୋବାଲ ପ୍ରାଇଭେଟ ଲିଃର ୨୮୫୦ କୋଟି, କୁଡୁସ କମିକର ୨,୩୨୬ କୋଟି, ବାବା ରାମଦେବ ଓ ବାଲକ୍ରୀଷ୍ଣାଙ୍କ ଗ୍ରୁପ କମ୍ପାନୀ ରୁଚି ସୋୟା ଇଣ୍ଡଷ୍ଟ୍ରୀ ଲଃର ୨୨୧୨ କୋଟି ଓ ଜୁମ ଡେଭଲପର୍ସର ୨୦୧୨ କୋଟି ଟଙ୍କାର ଋଣକୁ ଆରବିଆଇ ଛାଡ଼ କରିଦେଇଛି।

ସେହିପରି ୨୫ଟି କମ୍ପାନୀର ୧ହଜାର କୋଟି ଟଙ୍କାର ଋଣ ଛାଡ଼ ମଧ୍ୟ କରାଯାଇଛି।

[ad_2]
Show More
Back to top button