ରାଜ୍ୟ

ମେଲ୍, ଏକ୍ସପ୍ରେସ ଓ ଇଣ୍ଟରସିଟି ଜୁନ ୩୦ ଯାଏଁ ବାତିଲ; ଚାଲିବ କେବଳ ସ୍ୱତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର(ସତ୍ୟଶିଖା): ପୂର୍ବତଟ ରେଲୱେ ସମସ୍ତ ମେଲ୍, ଏକ୍ସପ୍ରେସ ଓ ଇଣ୍ଟରସିଟି ଜୁନ ୩୦ ପର୍ଯ୍ୟନ୍ତ ବାତିଲ କରାଯାଇଛି। ସେହିପରି ପାସେଞ୍ଜର ଟ୍ରେନ ଜୁନ ୩୦ ଯାଏଁ ବାତିଲ ହୋଇଛି। ସମସ୍ତ ସବ୍‌-ଅର୍ବାନ ଓ ମେଟ୍ରୋ ରେଳକୁ ମଧ୍ୟ ଜୁନ ୩୦ ପର୍ଯ୍ୟନ୍ତ ବାତିଲ କରାଯାଇଥିବା ପୂର୍ବତଟ ରେଲୱେ ପକ୍ଷରୁ କୁହାଯାଇଛି। ପୂର୍ବରୁ ଏସବୁ ମେଲ୍, ଏକ୍ସପ୍ରେସ, ଇଣ୍ଟରସିଟି ଓ ପାସେଞ୍ଜର ଟ୍ରେନ୍‌ ମେ’ ୧୭ ତାରିଖ ପର୍ଯ୍ୟନ୍ତ ବାତିଲ ହୋଇଥିଲା।

ଆହୁରି ପଢ଼ନ୍ତୁ

ଏପଟେ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ ଯୋଗେ ପ୍ରତିଦିନ ଓଡ଼ିଶା ଫେରୁଛନ୍ତି ପ୍ରବାସୀ ଓଡ଼ିଆ। ଆଜି ଏକ ଶ୍ରମିକ ସ୍ପେଶାଲ ଟ୍ରେନ୍ ବଲାଙ୍ଗିରରେ ପହଞ୍ଚିଛି। ତାମିଲନାଡୁ ତିରିପୁରରୁ ଆସିଥିବା ଏହି ଟ୍ରେନ୍‌। ଏଥିରେ ଗଜପତି, ଗଞ୍ଜାମ, କନ୍ଧମାଳ, କୋରାପୁଟ, ନବରଙ୍ଗପୁର ୨୦୦ରୁ ଅଧିକ ଶ୍ରମିକ ଆସିଛନ୍ତି। ସେପଟେ ଆଜି ଅପରାହ୍ନ ୫ଟା ୧୫ ମିନିଟରେ ଏକ ସ୍ୱତନ୍ତ୍ର ଟ୍ରେନ ନୂଆଦିଲ୍ଲୀରୁ ଛାଡିଛି। ଏହା ଆସନ୍ତାକାଲି ସଂଧ୍ୟା ୫ଟା ୨୫ରେ ଭୁବନେଶ୍ୱରରେ ପହଞ୍ଚିବ। ଏଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

[ad_2]
Show More
Back to top button