ଖେଳ

ଭାରତରେ ହେବ ଫିଫା ଅଣ୍ଡର-୧୭ ମହିଳା ବିଶ୍ୱକପ, ନୂଆ ତାରିଖ ଘୋଷଣା

ନୂଆଦିଲ୍ଲୀ: ଭାରତରେ ଅନୁଷ୍ଠିତ ହେବାକୁ ଥିବା ଫିଫା ଅଣ୍ଡର-୧୭ ମହିଳା ବିଶ୍ୱକପ ପାଇଁ ଆଜି ନୂଆ ତାରିଖ ଘୋଷଣା କରାଯାଇଛି। କରୋନା ଯୋଗୁ ଏହି ମେଗା ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ରଖାଯାଇଥିଲା। ହେଲେ ଏବେ ୨୦୨୧ ମସିହା ଫେବୃଆରୀ ୧୭ରୁ ମାର୍ଚ୍ଚ ୭ ଯାଏ ଭାରତରେ ହିଁ ବିଶ୍ୱକପ ଖେଳାଯିବ।

ଫିଫା ପରିଷଦ ଓ ଫିଫା ମହାସଂଘର କୋଭିଡ-୧୯ ୱାର୍କିଂ ଗ୍ରୁପ ମିଳିତ ଭାବେ ସ୍ଥିତିର ସମୀକ୍ଷା କରି ସ୍ଥଗିତ ଥିବା ଅଣ୍ଡର-୧୭ ମହିଳା ବିଶ୍ୱକପ ପାଇଁ ନୂଆ ତାରିଖ ଘୋଷଣା କରିଛନ୍ତି। ତାରିଖ ପରିବର୍ତ୍ତନ ହେଲେ ମଧ୍ୟ ପୂର୍ବରୁ ନିର୍ଦ୍ଧାରିତ ନିୟମ ଅନୁଯାୟୀ ଖେଳାଳିମାନେ ବିଶ୍ୱକପ ଖେଳିପାରିବେ।

ଆହୁରି ପଢ଼ନ୍ତୁ

ଏହାର ଅର୍ଥ ୨୦୦୩ ଜାନୁଆରୀ ୧ କିମ୍ବା ପରେ ଏବଂ ୨୦୦୫ ଡିସେମ୍ବର ୩୧ ପୂର୍ବରୁ ଜନ୍ମ ଗ୍ରହଣ କରିଥିବା ଖେଳାଳିମାନେ ହିଁ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇପାରିବେ।

ପୂର୍ବ ନିର୍ଦ୍ଧାରିତ ମ୍ୟାଚସୂଚୀ ଅନୁଯାୟୀ, ଆସନ୍ତା ନଭେମ୍ବର ମାସରୁ ଭାରତରେ ଆରମ୍ଭ ଫିଫା ଅଣ୍ଡର-୧୭ ମହିଳା ବିଶ୍ୱକପ ଆରମ୍ଭ ହୋଇଥାଆନ୍ତା। ହେଲେ କରୋନା ଯୋଗୁ ଏହାକୁ ସ୍ଥଗିତ ରଖାଯାଇଥିଲା।

ତାରିଖ ଘୋଷଣା ହୋଇଥିଲେ ହେଁ ପୂର୍ବ ଭେନ୍ୟୁଗୁଡ଼ିକରେ ମ୍ୟାଚ୍ ଖେଳାଯିବ କି ନାହିଁ, ତାହା ଜଣାପଡ଼ିନାହିଁ। ଯଦି ପୂର୍ବ ଭେନ୍ୟୁରେ ମ୍ୟାଚ୍‌ ହେବ, ତା’ହେଲେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ସେମିଫାଇନାଲ ସହ ୬ଟି ମ୍ୟାଚ୍‌ ଖେଳାଯିବ। ସେହିପରି ନଭି ମୁମ୍ବାଇରେ ଫାଇନାଲ ଖେଳାଯିବ।

[ad_2]
Show More
Back to top button