ଦେଶ

ଦିଲ୍ଲୀରେ ଆଇଏସଆଇର ଖବରୀ | Satyasikha

ନୂଆଦିଲ୍ଲୀ: ଦିଲ୍ଲୀରୁ ଧରା ହେଲେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇର ଦୁଇ ଖବରୀ। ଦିଲ୍ଲୀରେ ଥିବା ପାକିସ୍ତାନ ହାଇକମିଶନଙ୍କ ଭିସା ଆସିଷ୍ଟାଣ୍ଟ ଭାବେ ଆସିଥିଲେ ଏହି ଦୁଇ ଖବରୀ। ହେଲେ ଏମାନେ ଅସଲରେ ଆଇଏସଆଇ ପାଇଁ କାମ କରୁଥିଲେ। ଜାଲ୍ ଭାରତୀୟ ପରିଚୟପତ୍ର ନେଇ ଦିଲ୍ଲୀରେ ବୁଲୁଥିବାବେଳେ ଧରାପଡ଼ିଛନ୍ତି।

ଆହୁରି ପଢ଼ନ୍ତୁ

ଏବେ ସେମାନଙ୍କୁ ପାକିସ୍ତାନକୁ ହସ୍ତାନ୍ତର କରାଯିବ। ଏହି ଦୁଇ ଆଇଏସଆଇ ଖବରୀ ହେଲେ ଅବିଦ୍ ହୁସେନ୍ ଏବଂ ତହିର୍ ଖାନ୍। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଭାରତ ଛାଡ଼ିବାକୁ କୁହାଯାଇଥିବା ବୈଦେଶିକ ମନ୍ତ୍ରଣାଳୟ ସୂଚନା ଦେଇଛି।

ପୂର୍ବରୁ ୨୦୧୬ରେ ପାକିସ୍ତାନ ହାଇକମିଶନଙ୍କ ଭିସା ଆସିଷ୍ଟାଣ୍ଟ ଏଭଳି କାମ କରୁଥିବାର ଦେଖିବାକୁ ମିଳିଥିଲା। ସେତେବେଳେ ପାକିସ୍ତାନ ହାଇକମିଶନଙ୍କ କାର୍ଯ୍ୟାଳୟରେ କାମ କରୁଥିବା ଅଖତର ଭାରତର ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ପାଖରେ ରଖିଥିବା ବେଳେ ଧରାପଡ଼ିଥିଲା।



[ad_2]

Show More
Back to top button