ମୁମ୍ବାଇରେ ୨୫୦ ପୁଲିସ୍‌ କର୍ମଚାରୀଙ୍କୁ କରୋନା

ମୁମ୍ବାଇ: କରୋନା ଯୋଗୁ ମହାରାଷ୍ଟ୍ର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ଅଧିକ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସାଧାରଣ ଲୋକଙ୍କୁ ମୁମ୍ବାଇରେ ସୁରକ୍ଷା ଯୋଗାଇ ଦେବାକୁ ମୁତୟନ ହୋଇଥିବା ୨୫୦ ଜଣ ପୁଲିସ୍‌ କରୋନାରେ ଆକ୍ରାନ୍ତ ହୋଇଥିବା ସହରର କମିଶନର ପରମବୀର ସିଂହ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ

ଏହି ୨୫୦ ଜଣ କର୍ମଚାରୀଙ୍କ ମଧ୍ୟରୁ ଖୁବ କମ ସଦସ୍ୟଙ୍କର କରୋନା ଲକ୍ଷଣ ଦେଖାଯାଇଥିଲା। ଅନ୍ୟମାନେ ପୂରା ସୁସ୍ଥ ଥିଲେ। ତଥାପି ସେମାନଙ୍କ ରିପୋର୍ଟ ପଜିଟିଭ ଆସିଛି। କିନ୍ତୁ କୌଣସି ବି ପୁଲିସ୍ କର୍ମଚାରୀ ଆଇସିୟୁରେ ନାହାନ୍ତି ବୋଲି ସେ କହିଛନ୍ତି।

ଏହାପୂର୍ବରୁ ମୁମ୍ବାଇ ପୁଲିସ୍‌ର ୩ ଜଣ କର୍ମଚାରୀ କରୋନାରେ ପ୍ରାଣ ହରାଇଥିଲେ। ଏହି କାରଣରୁ ୫୫ ବର୍ଷ ବୟସ୍କ କର୍ମଚାରୀଙ୍କୁ ଦରମାଯୁକ୍ତ ଛୁଟିରେ ପଠାଇ ଦିଆଯାଇଛି।

[ad_2]
Exit mobile version