ସତ୍ୟଶିଖା (ମୁମ୍ବାଇ) ୧୨.୧୦.୨୦୨୦ : ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇର ଗତି ସୋମବାର ଦିନ ଥମିଯାଇଛି । ସୋମବାର ଦିନ ସକାଳେ ବିଜୁଳି ବିଭାଗର ପାୱାର ଗ୍ରୀଡ଼୍ ଫେଲ୍ ହୋଇଯାଇଛି । ଫଳରେ ପୁରା ସହରରେ ବିଜୁଳି ସେବା ବ୍ୟାହତ ହୋଇଛି । ଏହାସହ ସହରରେ ଲୋକାଲ୍ ଟ୍ରେନ୍ ସେବା ମଧ୍ୟ ବ୍ୟାହତ ହୋଇଛି । ମୁମ୍ବାଇ ସହ ଥାନେର କିଛି ଅଞ୍ଚଳରେ ମଧ୍ୟ ବିଜୁଳି କଟିଯାଇଛି । ଵୃହନମୁମ୍ବାଇ ମହାନଗର ପାଳିକା ସୂଚନା ଦେଇଛନ୍ତି ଯେ ଟାଟାର ବିଜୁଳି ଯୋଗାଣ ବାଧାପ୍ରାପ୍ତ ହେବାରୁ ସହରରେ ବିଜୁଳି ଗ୍ରୀଡ଼୍ ଫେଲ୍ ହୋଇଛି । ସେଣ୍ଟ୍ରାଲ୍ ରେଳ ଲାଇନରେ ରେଳ ସେବା ଠପ୍ ହୋଇଯାଇଛି ।
ମୁମ୍ବାଇରେ ପାୱାର ଗ୍ରୀଡ୍ ଫେଲ୍ ,ରହିଲା ଲୋକାଲ୍ ଟ୍ରେନ୍ ସେବା l
