ଦେଶନ୍ୟୁଜ୍ରାଜ୍ୟସ୍ପେଶାଲ୍ ରିପୋର୍ଟ

ମୁମ୍ବାଇରେ ପାୱାର ଗ୍ରୀଡ୍ ଫେଲ୍ ,ରହିଲା ଲୋକାଲ୍ ଟ୍ରେନ୍ ସେବା l

ସତ୍ୟଶିଖା (ମୁମ୍ବାଇ) ୧୨.୧୦.୨୦୨୦ :  ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇର ଗତି ସୋମବାର ଦିନ ଥମିଯାଇଛି । ସୋମବାର ଦିନ ସକାଳେ ବିଜୁଳି ବିଭାଗର ପାୱାର ଗ୍ରୀଡ଼୍ ଫେଲ୍ ହୋଇଯାଇଛି । ଫଳରେ ପୁରା ସହରରେ ବିଜୁଳି ସେବା ବ୍ୟାହତ ହୋଇଛି । ଏହାସହ ସହରରେ ଲୋକାଲ୍ ଟ୍ରେନ୍ ସେବା ମଧ୍ୟ ବ୍ୟାହତ ହୋଇଛି । ମୁମ୍ବାଇ ସହ ଥାନେର କିଛି ଅଞ୍ଚଳରେ ମଧ୍ୟ ବିଜୁଳି କଟିଯାଇଛି । ଵୃହନମୁମ୍ବାଇ ମହାନଗର ପାଳିକା ସୂଚନା ଦେଇଛନ୍ତି ଯେ ଟାଟାର ବିଜୁଳି ଯୋଗାଣ ବାଧାପ୍ରାପ୍ତ ହେବାରୁ ସହରରେ ବିଜୁଳି ଗ୍ରୀଡ଼୍ ଫେଲ୍ ହୋଇଛି । ସେଣ୍ଟ୍ରାଲ୍ ରେଳ ଲାଇନରେ ରେଳ ସେବା ଠପ୍ ହୋଇଯାଇଛି ।ମୁମ୍ବାଇରେ ପାୱାର୍ ଗ୍ରୀଡ଼୍ ଫେଲ୍ ହେବା କାରଣରୁ ସହରର ଲାଇଫଲାଇନ୍ ଲୋକାଲ୍ ଟ୍ରେନ୍ ଅଟକି ରହିଛି । ଫଳରେ ଚର୍ଚ୍ଚ ଗେଟ୍ ଓ ବସଇ ମଧ୍ୟରେ ଲୋକାଲ ଟ୍ରେନ ସେବା ରୋକିବାକୁ ପଡିଥିଲା । ସୂଚନା ଦିଆଯାଇଛି ଯେ ୪୦୦ କେଭି ଲାଇନରେ ଟ୍ରିପିଙ୍ଗ୍ ହୋଇଛି । ଏଥିପାଇଁ ଏମଆଇଡ଼ିସି, ପାଲଘର ଓ ଦହାନୁ ଲାଇନ ପ୍ରଭାବିତ ହୋଇଛି । ଏହାକୁ ଠିକ କରିବାକୁ ପାଖାପାଖି ଘଣ୍ଟାଏ ସମୟ ଲାଗିବ ।ମୁମ୍ବାଇରେ ବିଜୁଳି ଯୋଗାଉଥିବା ଟ୍ରାନ୍ସଫର୍ମର ଓ ବିଜୁଳି ଲାଇନରେ ମଧ୍ୟ ସମସ୍ୟା ଦେଖାଦେଇଛି। ମୁମ୍ବାଇ ଓ ତାର ଉପନଗରୀୟ ଅଞ୍ଚଳରେ ୩୬୦ ମେଗାୱାଟ ବିଜୁଳି ସପ୍ଲାଏ ବାଧାପ୍ରାପ୍ତ ହୋଇଛି । ମହାରାଷ୍ଟ୍ର ଶକ୍ତି ମନ୍ତ୍ରୀ ନିତିନ ରାଉତ କହିଛନ୍ତି ଯେ ଏହି ସମସ୍ୟା ଘଣ୍ଟାଏ ମଧ୍ୟରେ ସମାଧାନ କରାଯିବ । ଏହାକୁ ଠିକ କରିବାକୁ ସରକାର ପୁରା ପ୍ରୟାସ କରୁଛନ୍ତି ।

Show More
Back to top button