ମୁଖ୍ୟମନ୍ତ୍ରୀ କହିଲେ, ମୁଁ ସବୁ ବିଭାଗର ମନ୍ତ୍ରୀ

ଭୋପାଲ: ରାଜ୍ୟରେ ଥିବା ସମସ୍ତ ବିଭାଗର ମନ୍ତ୍ରୀ ହେଉଛି ମୁଁ। ଆଜି ଏକଥା କହିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ। ଶପଥ ନେବାର ଦୀର୍ଘ ମାସ ପରେ ଶିବରାଜ ନିଜ ମନ୍ତ୍ରିମଣ୍ଡଳ ଗଠନ କରିଥିଲେ। ଏଥିପାଇଁ ୨୮ ଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇଥିଲେ।

ହେଲେ ବିଭାଗ ଭାଗ ବଣ୍ଟାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି। ମନ୍ତ୍ରୀମାନେ ୭ ଦିନ ତଳେ ଶପଥ ନେଇଥିଲେ ହେଁ ଆଜି ମୁଖ୍ୟମନ୍ତ୍ରୀ ଚୌହାନ ବଡ଼ ବୟାନ ଦେଇଛନ୍ତି। ମଙ୍ଗଳବାର ଦିଲ୍ଲୀରେ ବିବାଦ ସମାଧାନ କରିବାକୁ ଯାଇ ଫେରିଥିବା ଚୌହାନ କହିଥିଲେ ଯେ ଶୁବଶୀଘ୍ର ବିଭାଗ ବଣ୍ଟା ଯିବ।

ଆହୁରି ପଢ଼ନ୍ତୁ

ହେଲେ ଏଯାଏ କାହାକୁ କୌଣସି ବିଭାଗ ମିଳିନାହିଁ। ଏବେ ଚୌହାନ କହିଛନ୍ତି, “ସମସ୍ତ ବିଭାଗର ଦାୟିତ୍ୱ ମୁଖ୍ୟମନ୍ତ୍ରୀଙ୍କ ପାଖରେ ରହିଛି। ମୁଁ ହିଁ ସବୁ ବିଭାଗର ମନ୍ତ୍ରୀ। ସରକାର ଠିକ ଭାବେ ଚାଲିଛି। ଖୁବଶୀଘ୍ର କ୍ୟାବିନେଟ ବୈଠକ ବସିବ। ଏଥିରେ ସବୁ ନିଷ୍ପତ୍ତି ହେବ।”

ଅନ୍ୟପକ୍ଷରେ ଆଜି ସକାଳ ୧୦.୩୦ରେ କ୍ୟାବିନେଟ ବୈଠକ ବସିବାର ଥିଲା। ହେଲେ ବିଭାଗ ଭାଗବଣ୍ଟା କାରଣରୁ ଏହାକୁ ୫.୩୦ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି।

ଆହୁରି ପଢ଼ନ୍ତୁ



[ad_2]

Exit mobile version