ମନୋରଞ୍ଜନସିନେମା

ଦୁଇ ପୁଅଙ୍କ ସହ ନଜର ଆସିଲେ ସୈଫିନା

ସତ୍ୟଶିଖା(ମୁମ୍ବାଇ) ୧୫.୦୯ .୨୦୨୧: ବୁଧବାର ସକାଳେ ମୁମ୍ବାଇ ଏୟାରପୋର୍ଟରେ ଦୁଇ ପୁଅଙ୍କ ସହ ନଜର ଆସିଥିଲେ ବଲିଉଡ ଅଭିନେତ୍ରୀ କରୀନା କପୁର ଏବଂ ଅଭିନେତା ସୈଫ ଅଲ୍ଲୀ ଖାନ୍ । କୁହାଯାଉଛି ଯେ,  ଦୁଇ ପୁଅଙ୍କୁ ନେଇ ବୁଲିବାକୁ ଯାଉଛନ୍ତି ଏହି କପଲ । ସେଠାରେ ପାପାରାଜିଙ୍କ କ୍ୟାମେରାରେ କ୍ୟାପଚର ହୋଇଛନ୍ତି ସୈଫିନା । କିଛି ଦିନ ପୂର୍ବରୁ ହିଁ ସେମାନେ ମାଳଦୀପ ଯାଇଥିଲେ । ଯାହାର ଫଟୋ ମଧ୍ୟ ଦେଖିବାକୁ ମିଳିଥିଲା । ହେଲେ ଏବେ ସେମାନେ କୁଆଡେ ଯାଉଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ଅନ୍ୟପଟେ ତାଙ୍କର ଦୁଇ ପୁଅର ଝଲକ ଦେଖି ବେଶ ଖୁସି ହୋଇଛନ୍ତି ଫ୍ୟାନ୍ସ । ତାଙ୍କର ଏହି ଫଟୋ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି ।

ସବୁଠାରୁ ଖାସ କଥା ହେଉଛି, ପାପାରାଜିଙ୍କୁ ଦେଖି ବିରକ୍ତ ହେଉଥିବା ତୈମୁର ଏଥର କିନ୍ତୁ,  ନିଜ ମମ୍ମି,ପାପାଙ୍କ ସହ ସେ ମଧ୍ୟ ପାପାରାଜିଙ୍କୁ ପୋଜ ଦେଉଥିବା ଦେଖିବାକୁ ମିଳୁଛି ।

ଏହା ସହିତ କରୀନା ତାଙ୍କର ସାନ ପୁଅ ଜେହ୍ ଙ୍କୁ କୋଳରେ ଧରିଥିବା ଦେଖିବାକୁ ମିଳୁଛି ।

Show More
Back to top button