ଦେଶ

ମୁଖ୍ୟମନ୍ତ୍ରୀଙ୍କ କନଭୟ ପାଇଁ ଅଟକିଲା ଆମ୍ବୁଲାନ୍ସ!

ଚେନ୍ନାଇ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଇ ପଲାନିସ୍ୱାମୀଙ୍କ କନଭୟ ପାଇଁ ଭିଡ଼ ମଧ୍ୟରେ ଏକ ଆମ୍ବୁଲାନ୍ସ ଫସି ରହିଥିବା ଅଭିଯୋଗ ହୋଇଛି। ଭିଡ଼ ମଧ୍ୟରେ ଆମ୍ବୁଲାନ୍ସ ଫସି ରହିଥିବା ବେଳେ ଏକ ଭିଡିଓ ଭାଇରାଲ ହୋଇଛି।

ମୁଖ୍ୟମନ୍ତ୍ରୀଙ୍କ କନଭୟ ପାଇଁ ଆମ୍ବୁଲାନ୍ସ ଅଟକି ରହିଥିବା ଅଭିଯୋଗ ହୋଇଥିଲେ ହେଁ ପୁଲିସ ଏହାକୁ ଖଣ୍ଡନ କରିଛି। ଭିଡିଓ ଅନୁସାରେ, ରାସ୍ତାର ଗୋଟିଏ ପାର୍ଶ୍ୱରେ ଗାଡ଼ି ଗୁଡ଼ିକ ଅଟକି ରହିଥିବା ଦେଖିବାକୁ ମିଳୁଛି। ଏଠାରେ ଅନେକ ଲୋକ ଲକଡାଉନ ନିୟମକୁ ଭାଙ୍ଗି ବାଇକ ଧରି ପରସ୍ପର ନିକଟରେ ଛଡ଼ା ହୋଇଛନ୍ତି।

ଆହୁରି ପଢ଼ନ୍ତୁ

ଏହି ଭିଡ଼ ମଧ୍ୟରେ ଗୋଟିଏ ଆମ୍ବୁଲାନ୍ସ ମଧ୍ୟ ଫସି ରହିଥିବା ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀଙ୍କ କନଭୟ ସେହି ରାସ୍ତାରେ ଅତିକ୍ରମ କରୁଥିବାରୁ ଏହା ଅଟକି ରହିଥିବା କିଛି ଲୋକ ସୋଶାଲ ମିଡିଆରେ କହିବା ଆରମ୍ଭ କରିଛନ୍ତି।

ହେଲେ ତାମିଲନାଡୁ ପୁଲିସ୍‌ ଏହାକୁ ଖଣ୍ଡନ କରିଛି। ପୁଲିସ୍‌ କହିଛି ଯେ ଲକଡାଉନ ପାଇଁ ଚେକିଂ ଚାଲିଥିଲା। ଏହି ଆମ୍ବୁଲାନ୍ସରେ କୌଣସି ରୋଗୀ ନଥିଲେ। ତେଣୁ ଏହାକୁ ଅଟକ ରଖି ଯାଞ୍ଚ କରାଯାଉଥିଲା। ସେହିପରି ମୁଖ୍ୟମନ୍ତ୍ରୀ ସର୍ବଦା କନଭୟ ପାଇଁ ଟ୍ରାଫିକ ନ ଅଟକାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

[ad_2]
Show More
Back to top button