ଖେଳନ୍ୟୁଜ୍ରାଜ୍ୟ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମୁଥିଆ ମୁରଲୀଧରନ

ସତ୍ୟଶିଖା( ଭୁବନେଶ୍ୱର )୨୬.୦୯ . ୨୦୨୨:  ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସ୍ପିନ ଯାଦୁଗର ମୁଥିଆ ମୁରଲୀଧରନ । ବାରବାଟୀରେ ଲିଜେଣ୍ଡ ଲିଗ୍ ଖେଳିବା ପାଇଁ ଓଡିଶା ଆସିଛନ୍ତି କ୍ରିକେଟ ତାରକା । ମ୍ୟାଚ ପୂର୍ବରୁ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ମୁରଲୀଧରନ ଓ ତାଙ୍କ ସାଥୀ ଖେଳାଳି । ଆଜି ବାରବାଟୀ ଷ୍ଟାଡିୟମରେ ଭିଲୱାରା କିଙ୍ଗସ ଓ ମନିପଲ ଟାଇଗର୍ସ ମଧ୍ୟରେ ମୁକାବିଲା ହେବ ।

ମନିପଲ ଟାଇଗର୍ସ ଦଳରେ ଖେଳାଳି ମୁଥିଆ ମୁରଲୀଧରନ ଏବଂ ଲିଜେଣ୍ଡ ଲିଗ କ୍ରିକେଟର କିଛି ଖେଳାଳି ଓ ପରିଚାଳକମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ଖେଳାଳିଙ୍କୁ ଭେଟି ମୁଖ୍ୟମନ୍ତ୍ରୀ କିଛି ସମୟ ଆଲୋଚନା କରିବା ପରେ ମୁରଲୀଧରନଙ୍କୁ ହକି ଇଣ୍ଡିଆର ଏକ ଜର୍ସି ଉପହାର ଦେଇଛନ୍ତି । ଗତାକଲି ଅପରାହ୍ନରେ ୨ଟି ଟିମ୍ ଭିଲୱାରା କିଙ୍ଗସ ଓ ମନିପଲ ଟାଇଗର୍ସର ଖେଳାଳି ଭୁବନେଶ୍ୱରରେ ପହଞ୍ଚିଛନ୍ତି । ସେମାନଙ୍କୁ ବିମାନ ବନ୍ଦରରୁ କଡା ସୁରକ୍ଷାରେ ବସରେ ମେ ଫେୟାର ଓ ହୋଟେଲ ଟ୍ରାଇଡେଣ୍ଟକୁ ନିଆଯାଇଥିଲା ।

Show More
Back to top button