ମିଆଁମାରକୁ ୨ ଲକ୍ଷ ହାଇଡ୍ରୋକ୍ସି କ୍ଲୋରୋକୁଇନ ଦେଲା ଭାରତ

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ପାଇଁ ଗେମ ଚେଞ୍ଜର ସାବ୍ୟସ୍ତ ହେଉଥିବା ହାଇଡ୍ରୋକ୍ସି କ୍ଲୋରୋକୁଇନକୁ ଏବେ ଗୋଟିଏ ପରେ ଗୋଟିଏ ଦେଶ ଭାରତ ଠାରୁ ନେବାରେ ଲାଗିଛନ୍ତି। ଏହିକ୍ରମରେ ଆଜି ଭାରତ ସରକାର ପଡ଼ୋଶୀ ମିଆଁମାରକୁ ୨ ଲକ୍ଷ ହାଇଡ୍ରୋକ୍ସି କ୍ଲୋରୋକୁଇନ ଟ୍ୟାବଲେଟ ଦେଇଛନ୍ତି।

ଆହୁରି ପଢ଼ନ୍ତୁ

ଏଥିସହ କରୋନା ଯୁଦ୍ଧ ପାଇଁ ଆବଶ୍ୟକ ମେଡିକାଲ ସାମଗ୍ରୀ ମଧ୍ୟ ଭାରତ ସରକାର ମିଆଁମାର ପଠାଇଛନ୍ତି। ଏହି ମେଡିକାଲ ସାମଗ୍ରୀ ମଧ୍ୟରେ ସର୍ଜିକାଲ ଗ୍ଲୋବ୍ସ, ବଡି ବ୍ୟାଗ୍ସ, ମାଇନର ସର୍ଜିକାଲ ସେଟ ଓ ଥର୍ମାଲ ସ୍କାନର ରହିଛି। ୟାନଗୋନ ଏୟାରପୋର୍ଟ ନିକଟରେ ମିଆଁମାରରେ ଅବସ୍ଥିତ ଭାରତୀୟ ରାଷ୍ଟ୍ରଦୂତ ସୌରଭ କୁମାର ଏଗୁଡ଼ିକୁ ସେଠାକାର ସକରାରଙ୍କୁ ପ୍ରଦାନ କରିଛନ୍ତି।

ମିଆଁମାର ସରକାର କରୋନା ରୋଗୀଙ୍କ କ୍ଷେତ୍ରରେ ହାଇଡ୍ରୋକ୍ସି କ୍ଲୋରୋକୁଇନ ପ୍ରୟୋଗ କରିବାକୁ ଚାହୁଁଛନ୍ତି। ଏଥିପାଇଁ ସେଠାକାର ସରକାର ଭାରତକୁ ଏହା ଦେବା ପାଇଁ ନିବେଦନ କରିଥିଲେ।

[ad_2]
Exit mobile version