ମା’ ତାରାତାରିଣୀଙ୍କ ପିଠରେ ମୁଖ୍ୟମନ୍ତ୍ରୀ

ସତ୍ୟଶିଖା(ବ୍ରହ୍ମପୁର )୧୮.୦୫.୨୦୨୨ : ଧୁମଧାମରେ ଚାଲିଛି ମା’ ତାରାତାରିଣୀଙ୍କ ମନ୍ଦିର ପ୍ରତିଷ୍ଠା ଉସôବ । ମହାଯଜ୍ଞର ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହେଉଛି ରନôଗିରି ପର୍ବତ । ଉସôବମୁଖର ହୋଇଛି ଗଞ୍ଜାମ ଜିଲ୍ଲା । ଅପୂର୍ବ ଶୋଭା ମଣ୍ଡନରେ ଆକର୍ଷିତ ହୋଇ ଟାଣି ହୋଇଆସୁଛନ୍ତି ହଜାର ହଜାର ଭକ୍ତ  । ବିଶାଳ ଜନସମାବେଶ ହେବା । ଏଥିପାଇଁ ହୋଇଛି ବ୍ୟାପକ ବ୍ୟବସ୍ଥା  ।

ମା’ ତାରାତାରିଣୀ ପୀଠରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପହଞ୍ଚି ଭବ୍ୟ ମନ୍ଦିର ପ୍ରତିଷ୍ଠା ଉସôବରେ  ଯୋଗ ଦେଇଛନ୍ତି । ନୂଆ ରୂପରେ ସଜେଇ ହୋଇଛି ତାତାତାରିଣୀ ପୀଠ । ନୂଆ ସ୍ନାନ ମଣ୍ଡପ, ଦୀପ ଘର, ପ୍ରଶାସନିକ ଭବନ  ନିର୍ମାଣ ହୋଇଛି ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଗତକାଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ ପୀଠ ପରିଦର୍ଶନ କରି ଆୟୋଜନ ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ସେବାୟତ ଓ ସ୍ଥାନୀୟ ଜନସାଧାରଣଙ୍କ ସହିତ ମଧ୍ୟ ଉଭୟ ଆଲୋଚନା କରିଥିଲେ । ଅଧିକ ଗହଳି ହେବାର ଆଶଙ୍କା ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଭିଡ ନିୟନ୍ତ୍ରଣ, ଶୃଙ୍ଖଳା ରକ୍ଷା, ପାନୀୟ ଜଳ ଯୋଗାଣ, ପ୍ରାଥମିକ ସ୍ୱାସ୍ଥ୍ୟ ବ୍ୟବସ୍ଥା, ବିଦୁ୍ୟତ ଯୋଗାଣ, ପରିମଳକୁ ଗୁରୁତ୍ୱ ଦିଆଯାଇଥିଲା ।

Exit mobile version