ମାୟାନଗରୀରେ ବେକାବୁ କରୋନା | Satyasikha


ମୁମ୍ୱାଇ: ମହାରାଷ୍ଟ୍ରରେ ବେକାବୁ ହୋଇଛି କରୋନା। ନିରନ୍ତର ଭାବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୨୩୦ ଜଣ ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୬ ଜଣଙ୍କର ମୃତ୍ୟୁ ଘଟିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ୨୩,୪୦୧ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ମୋଟ୍ ୯୬୮ ଜଣଙ୍କର ମୃତ୍ୟୁ ଘଟିଛି। ଏ ନେଇ ମହାରାଷ୍ଟ୍ର ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।
1,230 new #COVID19 positive cases and 36 deaths reported in Maharashtra today. The total number of positive cases in the state rises to 23,401; total deaths stand at 868: Maharashtra Health Department pic.twitter.com/T8IpB2splq
— ANI (@ANI) May 11, 2020
ଆହୁରି ପଢ଼ନ୍ତୁ
ଦେଶରେ ଆର୍ଥିକ ରାଜଧାନୀ ଭାବେ ପରିଚିତ ମହାରାଷ୍ଟ୍ର ପାଇଁ ମୁମ୍ୱାଇ ଏବେ ଚିନ୍ତା ପାଲଟିଛି। ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକାଂଶ ଆକ୍ରାନ୍ତ ମୁମ୍ୱାଇର। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୧୭,୧୪୦ ଜଣ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି। ମୋଟ୍ ୪,୧୯୯ ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି।
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାବେଳେ ଲୋକଙ୍କ କାମ ପାଇଁ ଲୋକାଲ ଟ୍ରେନକୁ ଚାଲୁ କରିବା ଦରକାର ବୋଲି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନସିଂ ଜରିଆରେ ବୈଠକ କରୁଥିବା ବେଳେ ଏଭଳି କହିଛନ୍ତି ଉଦ୍ଧବ ଠାକରେ। ଦେଶରେ ଅଧିକ ଆକ୍ରାନ୍ତ ମହାରାଷ୍ଟ୍ରରୁ ଦେଖିବାକୁ ମିଳିଥିବା ବେଳେ ଗୁଜରାଟରେ ଆକ୍ରାନ୍ତଙ୍କ ସଂଖ୍ୟା ମହାରାଷ୍ଟ୍ର ଅପେକ୍ଷା କମ୍ ରହିଛି ହେଲେ ମୃତକଙ୍କ ସଂଖ୍ୟା ଢ଼େର ଅଧିକ ରହିଛି।
[ad_2]