ମୁମ୍ବାଇ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ପୂରା ରାଜ୍ୟରେ ଲକଡାଉନ ଅବଧିକୁ ଜୁଲାଇ ୩୧ ଯାଏ ବୃଦ୍ଧି କରିଛନ୍ତି। କେବଳ ଜରୁରୀ ସେବାକୁ ଛାଡ଼ି ଆଉ ସବୁ କାର୍ଯ୍ୟରେ କଟକଣା ଲାଗୁ କରାଯିବ ବୋଲି ସରକାର କହିଛନ୍ତି। ତେବେ ମୁମ୍ବାଇରେ କରୋନା ଦ୍ରୁତଗତିରେ ବୃଦ୍ଧି ପାଉଥିବାରୁ ସରକାର ଏହାର ମୁକାବିଲା ପାଇଁ ସ୍ୱତନ୍ତ୍ର ନିୟମ ପ୍ରଣୟନ କରିଛନ୍ତି।
ମୁମ୍ବାଇ ଓ ଏହାର ଆଖପାଖ ଅଞ୍ଚଳରେ କରୋନା ସଂକ୍ରମଣକୁ ରୋକିବା ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି। ତେବେ ଯଦି କେହି ଏହାକୁ ଉଲ୍ଲଙ୍ଘନ କରିବ, ତା’ହେଲେ ତାଙ୍କୁ ୧ ହଜାର ଟଙ୍କା ଜୋରିମାନା ଦେବାକୁ ପଡ଼ିବ।
ଆହୁରି ପଢ଼ନ୍ତୁ
ଗ୍ରେଟର ମୁମ୍ବାଇର ମ୍ୟୁନିସପାଲ କର୍ପୋରେସନ କୁହାଯାଇଛି ଯେ ଯଦି କେହି ମାସ୍କ ପିନ୍ଧିବା ନିୟମକୁ ଉଲ୍ଲଙ୍ଘନ କରେ, ତା’ହେଲେ ଆଇପିସିର ୧୮୮ ସେକସନ୍ ଅନୁଯାୟୀ ଦଣ୍ଡବିଧାନ କରାଯିବ।
ସେହିପରି ଉଲଙ୍ଘନକାରୀଙ୍କୁ ପୁଲିସ୍ ଅଫିସର ଓ ଆସିସଷ୍ଟାଣ୍ଟ କମିଶନର(ଗ୍ରେଟର ମୁମ୍ବାଇର ମ୍ୟୁନିସପାଲ କର୍ପୋରେସନ) ଦ୍ୱାରା ନିଯୁକ୍ତ ଅଧିକାରୀ ଏକ ହଜାର ଟଙ୍କା ଫାଇନ କରିପାରିବେ।
ଆହୁରି ପଢ଼ନ୍ତୁ
[ad_2]