ଦେଶନ୍ୟୁଜ୍ବାଣିଜ୍ୟବିଦେଶରାଜ୍ୟ

ମାତ୍ର ୮୫୯ ଟଙ୍କାରେ ଯୁଆଡେ ବି ଯାଇପାରିବେ, ଶସ୍ତା ହେଲା ବିମାନ ଯାତ୍ରା

ସତ୍ୟଶିଖା (ନୂଆଦିଲ୍ଲୀ) ୨୩/୦୧/୨୦୨୧ : ଯଦି ଆପଣ ଯାତ୍ରା କରିବାକୁ ଭଲ ପାଆନ୍ତି ତାହେଲେ ଆପଣଙ୍କ ଏୟାରଲାଇନ୍ସର ଅଫର ଅଛି ସେ ପୁଣି ନିଜ ବଜେଟରେ । ଗୋଏୟାର ଶସ୍ତାରେ ବିମାନ ସେବା ଆରମ୍ଭ କରିଛି । ଗୋଏୟାର ରିପବ୍ଲିକ ଡେ ଫ୍ରିଡମ ସେଲ (Republic Day Freedom Sale) ଅଫର ଆଣିଛି । ଏହି ଅଫର ଜାନୁଆରୀ ୨୨ ତାରିଖରୁ ଆରମ୍ଭ ହୋଇଛି । ଏହି ଅଫର୍ ଜାନୁଆରୀ ୨୯ ତାରିଖରେ ଚାଲିବ । ଏହି ଅଫର ଅନୁସାରେ ବିମାନ ଟିକେଟ ଦାମ ୮୫୯ ଟଙ୍କାରେ ଆରମ୍ଭ ହେବ । ଗୋଏୟାରର ଏହି ଅଫର୍ ଅନୁସାରେ ଆପଣ ରିହାତି ଦରରେ ବିଭିନ୍ନ ସହର ପାଇଁ ଟିକେଟ ବୁକ କରିପାରିବେ । ତାଛଡା ଗୋଏୟାର ଟିକେଟ ବଦଳାଇଲେ କୌଣସି ଫି ଲାଗିବନି । ଜାନୁଆରୀ ୨୨ ରୁ ମାର୍ଚ୍ଚ ୩୧ ତାରିଖ ଯାତ୍ରା ଅବଧି ମଧ୍ୟରେ ଅଫର୍ ଅନୁସାରେ ବୁକ ହୋଇଥିବା ଟିକେଟରେ ପ୍ରସ୍ଥାନ ତାରିଖର ୩ ଦିନ ପୂର୍ବରୁ ଟିକେଟ୍ ବଦଳାଇଲେ କୌଣସି ଶୁଳ୍କ ଦେବାକୁ ପଡ଼ିବନି ।ସେଲ ସମୟରେ ଏପ୍ରିଲ ୧ ତାରିଖରୁ ଡିସେମ୍ବର ୩୧ ତାରିଖ ମଧ୍ୟରେ ଯାତ୍ରା କରିବାକୁଥିବା ବୁକ ହୋଇଥିବା ଟିକେଟରେ ୧୪ ଦିନ ପୂର୍ବରୁ ଟିକେଟ ବଦଳାଇଲେ କୌଣସି ଫି ଲାଗିବନି । ଗୋଏୟାର ୱେବସାଇଟକୁ ଯାଇ ଆପଣ ଏହି ଅଫରର ଲାଭ ଉଠାଇ ପାରିବେ । କମ୍ପାନୀ ଟ୍ୱିଟ୍ କରି ସେଲ୍ ସମ୍ବନ୍ଧରେ ସୂଚନା ଦେଇଛି ।

ସୂଚନାଯୋଗ୍ୟ ଯେ, ସ୍ପାଇସଜେଟ ଓ ଇଣ୍ଡିଗୋ ଏୟାରଲାଇନ୍ସ ଭଳି ଅନ୍ୟ ଏୟାରଲାଇନ୍ସ ମଧ୍ୟ ଏହିଭଳି ଅଫର୍ ବ୍ୟବସ୍ଥା ରଖିଛନ୍ତି । ସ୍ପାଇସଜେଟ୍ ଓ ଇଣ୍ଡିଗୋ ନିଜର ସ୍ପେଶାଲ୍ ସେଲ୍ ତାରିଖ ଆଗକୁ ବଢ଼ାଇ ଦେଇଛନ୍ତି । କରୋନା ମହାମାରୀ ପରେ ଅଧିକାଂଶ ଏୟାରଲାଇନ୍ସ ଶସ୍ତା ଦରରେ ସେଲ୍ ମାଧ୍ୟମରେ ଟିକେଟ୍ ବିକ୍ରି କରୁଛନ୍ତି । ଅଧିକରୁ ଅଧିକ ଲୋକ କିଭଳି ବିମାନ ଯାତ୍ରାର ଆନନ୍ଦ ଉଠେଇପାରିବେ, ତାହା ହିଁ ଏୟାରଲାଇନ୍ସର ଉଦ୍ଦେଶ୍ୟ ।

Show More
Back to top button