ରାଜ୍ୟ

ମାଲିକଙ୍କ ଚାପରେ ଆତ୍ମହତ୍ୟା କଲେ କର୍ମଚାରୀ! ଚିଠିରେ ରହିଛି ପୂରା କାହାଣୀ

ଭଦ୍ରକ (ପାର୍ଥସାରଥୀ ନାୟକ): ଶୋ’ ରୁମ୍‌ ମାଲିକଙ୍କ ନିର୍ଯାତନା ଅସହ୍ୟ ହେଲା! ସେଥିପାଇଁ ଜଣେ କର୍ମଚାରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଆଉ ମୃତ୍ୟୁ ପୂର୍ବରୁ ଯୁବକ ଜଣକ ଲେଖିଥିଲେ ଶେଷ ଚିଠି। ଯେଉଁଥିରେ ସେ ଶୋ’ ରୁମ୍‌ ମାଲିକ ଦେଉଥିବା ନିର୍ଯାତନାକୁ ଟିକିନିଖି ଭାବେ ଉଲ୍ଲେଖ କରିଛନ୍ତି। ଭଦ୍ରକ ଟାଉନ୍‌ ଥାନା ପୁଲିସ ମୃତଦେହ ଓ ସୁଇସାଇଡାଲ୍‌ ନୋଟ୍‌ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଗାବସାହି ଅଞ୍ଚଳର ଚିତ୍ତରଞ୍ଜନ ଜେନା ଦୀର୍ଘଦିନ ହେବ ଭଦ୍ରକ ଟାଉନ ଥାନା ଡାହାଣୀଗଢିଆ ଛକ ନିକଟରେ ଥିବା ସଂଗୀତା ମୋଟର୍ସରେ କାର୍ଯ୍ୟ କରୁଥିଲେ। ତାଙ୍କୁ ଶୋ’ ରୁମ୍‌ ମାଲିକ ବିଭିନ୍ନ ପ୍ରକାରର ମାନସିକ ନିର୍ଯାତନା ଦେଇଥିଲେ। ଶୋ’ ରୁମ୍‌ରୁ ଟ୍ରାକ୍ଟର ନେଇଥିବା ଲୋକଙ୍କଠାରୁ ବକେୟା ଟଙ୍କା ଆଣିବାକୁ କହୁଥିଲେ। ଏପରିକି ଟଙ୍କା ବାକି ରଖିଥିବା ବହୁ ମାଲିକଙ୍କ ନିକଟରୁ ଟ୍ରାକ୍ଟର ଫେରାଇ ଆଣିବାକୁ ବାଧ୍ୟ କରୁଥିଲେ ଶୋ’ ରୁମ୍‌ ମାଲିକ। ଏମିତିକି ବିଭିନ୍ନ ସମୟରେ ମାଲିକ ତାଙ୍କୁ ମାଡ ମାରୁଥିବା ନିଜ ଶେଷ ଚିଠିରେ ଚିତ୍ତ ଲେଖିଛନ୍ତି।

ଆହୁରି ପଢ଼ନ୍ତୁ

ଆଜି ସକାଳେ ଚିତ୍ତଙ୍କ ମୃତଦେହ ଶୋ’ ରୁମରୁ ପୁଲିସ ଜବତ କରିଛି। ମୃତଦେହ ନିକଟରୁ ଏକ ବିଷ ବୋତଲ ଓ ସୁଇସାଇଡ୍‌ ନୋଟ ଜବତ କରିଛି। ଟାଉନ ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।

ଆହୁରି ପଢ଼ନ୍ତୁ



[ad_2]

Show More
Back to top button