ରାଜ୍ୟ

ମାଲକାନଗିରିରେ ମୃଦୁ ଭୂମିକମ୍ପ | Satyasikha

ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲାରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ସ୍ଥାନୀୟ ନାୟକଗୁଡ଼ାରୁ କୋରକୋଣ୍ଡା ଅଞ୍ଚଳରେ ମୃଦୁ ଭୂମିକମ୍ପ ଝଟକା ହୋଇଥିବା ଜଣାପଡ଼ିଛି। ଭୂମିକମ୍ପର କେନ୍ଦ୍ର ଛତିଶଗଡ଼ର ଦକ୍ଷିଣ-ପଶ୍ଚିମ ଜଗଦଲପୁର ଅଞ୍ଚଳରେ ବୋଲି ସୂଚନା ମିଳିଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୨ ଥିବା ମାଲକାନଗିରି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ

ଆଜି ଦିନ ୧୧ଟା ୧୫ ମିନିଟ୍‌ ସମୟରେ ଦୁଇ ଥର ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା। ଏଥିଯୋଗୁ କିଛି ଘରର କାନ୍ଥ ଫାଟି ଯାଇଛି। ଭୂମିକମ୍ପ ଅନୁଭୂତ ହେବା ସମୟରେ ଲୋକମାନେ ଭୟରେ ଘରୁ ବାହାରକୁ ପଳାଇ ଆସିଥିଲେ।

[ad_2]
Show More
Back to top button