ଦୁର୍ଘଟଣା

ମାଛ ଧରୁଥିବା ବେଳେ ବଜ୍ରପାତ ହେଲା, ଟଳିପଡ଼ିଲେ ୩ ଯୁବକ

ଉଦଳା(ମାନସ ପାଣି): ଗାଡ଼ିଆରେ ମାଛ ଧରୁଥିବା ବେଳେ ହଠାତ୍ ବଜ୍ରପାତ ହୋଇଥିଲା। ସେଇଠି ଟଳି ପଡ଼ିଲେ ୩ ଯୁବକ। ଆଜି ଏପରି ହୃଦୟବିଦାରକ ଘଟଣା ମୟୂରଭଞ୍ଜ ଜିଲ୍ଲାରେ ଘଟିଛି।

ଆହୁରି ପଢ଼ନ୍ତୁ

ପୂରାଘଟଣା ଏମିତି। ଆଜି ମଧ୍ୟାହ୍ନରେ ଖୁଣ୍ଟା ଥାନା ବଡପଥରା ଗାଁର କୌଶିଶ ମହାନ୍ତ, ଦିବ୍ୟଶଙ୍କର ମହାନ୍ତ ଓ ଯାମିନୀକାନ୍ତ ମହାନ୍ତ ଗାଡ଼ିଆରେ ବନିଶି ପକାଇ ମାଛ ଧରୁଥିଲେ। ଏହି ସମୟରେ ହଠାତ୍‌ ବଜ୍ରପାତ ହୋଇଥିଲା। ଫଳରେ ସେମାନେ ଚେତା ହରାଇ ପଡ଼ି ଯାଇଥିଲେ। ପରିବାର ଲୋକେ ସେମାନଙ୍କୁ ଉଦ୍ଧାର କରି ଉଦଳା ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲା।

[ad_2]
Show More
Back to top button