ମା’କୁ ଶାବଳରେ ପିଟି ମାରି ଦେଲା ପୁଅ

ଯାଜପୁର (ଗୁଲାମ ଗସ): ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଜଣେ ଯୁବକ ତାଙ୍କ ମା’ଙ୍କୁ ଶାବଳରେ ପିଟି ମାରି ଦେଇଛନ୍ତି। ଏହି ଘଟଣା ଘଟିଛି ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ରଙ୍ଗରଙ୍ଗା ଗାଁରେ।

ଆହୁରି ପଢ଼ନ୍ତୁ

ମୃତ ମହିଳାଙ୍କ ନାଁ ଲବଙ୍ଗ ସାହୁ। ଅଭିଯୁକ୍ତଙ୍କ ନାଁ ସୁବସ। ଗତକାଲି ରାତିରେ ମା’-ପୁଅ ମଧ୍ୟରେ ଜମିବାଡ଼ି କଥାକୁ ନେଇ ଝଗଡ଼ା ହୋଇଥିଲା। ଏହି ସମୟରେ ସୁବାସ ଉତ୍ତ୍ୟକ୍ତ ହୋଇ ଏକ ଶାବଳରେ ଲବଙ୍ଗଙ୍କ ମୁଣ୍ଡକୁ ପିଟି ଦେଇଥିଲେ। ଫଳରେ ସେ ଗୁରୁତର ଆହତ ହୋଇଥିଲେ। ପଡ଼ୋଶୀମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଯାଜପୁର ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏ ଘଟଣା ନେଇ ଲବଙ୍ଗଙ୍କ ଝିଅ ବାସନ୍ତୀ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

[ad_2]
Exit mobile version