ରାଜ୍ୟ

ମହିଳା ରୋଗୀଙ୍କୁ ଅସଦାଚରଣ; ପୂର୍ବତନ CDMO ଗିରଫ

ଖୋର୍ଦ୍ଧା(ବଳରାମ ଲେଙ୍କା): ଜଣେ ମହିଳା ରୋଗୀଙ୍କୁ ଅସଦାଚରଣ ଅଭିଯୋଗରେ ଖୋର୍ଦ୍ଧା ଜିଲ୍ଲାର ପୂର୍ବତନ CDMO ବୈଦ୍ୟନାଥ ନାୟକ ଗିରଫ ହୋଇଛନ୍ତି । ଆଜି ନିଜ କ୍ଲିନିକରେ ଥିବା ବେଳେ ପୁଲିସ୍‌ ପହଞ୍ଚି ତାଙ୍କୁ ଗିରଫ କରି ଡାକ୍ତରୀ ମାଇନା ପାଇଁ ପଠାଇଛି।

ଆହୁରି ପଢ଼ନ୍ତୁ

ସୂଚନା ଅନୁଯାୟୀ, ଗତକାଲି ଡାକ୍ତର ନାୟକ ନିଜ କ୍ଲିନିକରେ ଥିବା ବେଳେ ଜଣେ ଗର୍ଭବତୀ ମହିଳା ନିଜ ସମ୍ପର୍କୀୟଙ୍କ ସହ ସେଠାକୁ ରେଗୁଲାର ଚେକଅପ୍‌ ପାଇଁ ଯାଇଥିଲେ। ମାତ୍ର ସେଠାରେ ଡାକ୍ତରଜଣକ ତାଙ୍କୁ ଅସଦାଚରଣ କରିଥିଲେ। ଏନେଇ ମହିଳାଜଣକ ଘରକୁ ଫେରି ନିଜ ସ୍ୱାମୀଙ୍କୁ କହିଥିଲେ।

ଆଜି ଉଭୟ ପତିପତ୍ନୀ ଏ ସଂକ୍ରାନ୍ତରେ ଖୋର୍ଦ୍ଧା ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍‌ ଘଟଣାର ତଦନ୍ତ କରି ଡା. ମହାନ୍ତିଙ୍କୁ ତାଙ୍କ କ୍ଲିନିକରୁ ଗିରଫ କରିଛି। ଡାକ୍ତରୀ ମାଇନା ପରେ ତାଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଜଣାଯାଇଛି।

[ad_2]
Show More
Back to top button