ମହାରାଷ୍ଟ୍ର ସ୍ଥିତି ବେକାବୁ, ୯୦ ହଜାର ଡେଇଁଲା ଆକ୍ରାନ୍ତଙ୍କ ସଂଖ୍ୟା


ମୁମ୍ବାଇ: ଦିନକୁ ଦିନ ମହାରାଷ୍ଟ୍ର ସ୍ଥିତି ଜଟିଳ ହେବାରେ ଲାଗିଛି। ସ୍ଥିତି ଏପରି ହୋଇଛି ଯେ ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୦ ହଜାର ପାର କରିଯାଇଛି। ସେହିପରି ଗୋଟିଏ ଦିନରେ ୧୨୦ ଜଣଙ୍କ ମୁଣ୍ଡ ନେଇଛି କରୋନା। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଜାରି କରିଥିବା ତଥ୍ୟ ଅନୁଯାୟୀ, ଆଜି ମହାରାଷ୍ଟ୍ରରେ ଆଉ ୨୨୫୯ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯୦, ୭୮୭ ପହଞ୍ଚିଛି।
ଆହୁରି ପଢ଼ନ୍ତୁ
ସେହିପରି ୧୨୦ ଜଣ ପ୍ରାଣ ହରାଇବାରୁ ମହାରାଷ୍ଟ୍ରରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩,୨୮୯ ଛୁଇଁଛି। ତେବେ ୧୬୬୩ ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଏଯାଏ ୪୨,୬୩୮ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି।
ମୁମ୍ବାଇ ସ୍ଥିତି ଅଧିକ ଖରାପ ହୋଇଛି। ମୁମ୍ବାଇରେ ଆଜି କରୋନା ୫୮ ଜଣଙ୍କ ମୁଣ୍ଡ ନେଇଥିବା ବେଳେ ଏକ ହଜାରରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଛି। ଏହାକୁ ମିଶାଇ ମୁମ୍ବାଇରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୧,୧୦୦ରେ ପହଞ୍ଚିଥିବା ବେଳେ ମୃତକଙ୍କ ସଂଖ୍ୟା ୧୭୬୦ ରହିଛି। ଏଠାରେ ୨୨ ହଜାରରୁ ଅଧିକ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।