ଦେଶ

ଲକଡାଉନ ବେଳେ ବଢ଼ୁଛି ଘରୋଇ ହିଂସା, କୋର୍ଟରେ ପିଆଇଏଲ ଦାଖଲ

ନୂଆଦିଲ୍ଲୀ: କରୋନା ପାଇଁ ଦେଶରେ ୪୦ ଦିନର ଲକଡାଉନ ନିୟମ ଜାରି ରହିଛି। ଲୋକମାନଙ୍କୁ ଘରେ ରହିବାକୁ ସରକାର କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏହି ସମୟରେ ଘରୋଇ ହିଂସା ବଢ଼ିବାରେ ଲାଗିଛି। ଘରୋଇ ହିଂସାର ଶିକାର ହେଉଥିବା ଲୋକଙ୍କ ସୁରକ୍ଷା ଯୋଗାଇ ଦେବାକୁ ଦାବି କରି ଆଜି ଦିଲ୍ଲୀ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି।

ଆହୁରି ପଢ଼ନ୍ତୁ

କୋର୍ଟ ଏହାର ଶୁଣାଣି କରି ଘରୋଇ ହିଂସା ରୋକିବାକୁ ଓ ପୀଡ଼ିତଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ କ’ଣ ସବୁ ବ୍ୟବସ୍ଥା ହୋଇଛି ସେ ବିଷୟରେ ଜାଣିବା ପାଇଁ ଜାତୀୟ ମହିଳା କମିଶନ, ଦିଲ୍ଲୀ ମହିଳା କମିଶନ, ଦିଲ୍ଲୀ ସରକାର ଓ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟକୁ ଜବାବ ତଲବ କରିଛନ୍ତି।

ଆବେଦନକାରୀ କହିଛନ୍ତି ଯେ ବଢ଼ୁଥିବା ଘରୋଇ ହିଂସାକୁ ରୋକିବା ପାଇଁ ଦିଲ୍ଲୀ ସରକାର ରାଜ୍ୟରେ ୧୭ ଜଣ ଅଫିସରଙ୍କୁ ନିଯୁକ୍ତ କରିଛନ୍ତି। ତେବେ ସେମାନଙ୍କ ଯୋଗାଯୋଗ ନମ୍ବର ସାର୍ବଜନୀନ କରାଯାଇନାହିଁ। ଘରୋଇ ହିଂସାର ଶିକାର ହେଉଥିବା ମହିଳାମାନେ ଅଭିଯୋଗ କରିବାକୁ ନମ୍ବର ପାଉନାହାନ୍ତି। ନମ୍ବର ପାଇଲେ ମଧ୍ୟ ସେମାନେ କେମିତି ଯୋଗାଯୋଗ କରିବେ ଜାଣିପାରୁନାହାନ୍ତି। ତେଣୁ ହେଲଲାଇନ ନମ୍ବରକୁ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ବ୍ୟସ୍ଥା କରାଯିବା ଦରକାର।

[ad_2]
Show More
Back to top button