ଦେଶ

ମହାରାଷ୍ଟ୍ରରେ ଥମୁନି କରୋନା ବିପତ୍ତି, ପୁଣି ୨୨୫୦ ପଜିଟିଭ

ମୁମ୍ବାଇ: କରୋନା ଯୋଗୁ ଦେଶରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ମହାରାଷ୍ଟ୍ର ସ୍ଥିତି ସୁଧୁରିବାର ନାଁ ଧରୁନି। ପୁଣି ଆଜି ରାଜ୍ୟରେ ୨୨୫୦ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେହିପରି ୨୪ ଘଣ୍ଟାରେ ୬୫ ଜଣଙ୍କ ମୁଣ୍ଡ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୯,୨୯୭ରେ ପହଞ୍ଚି ଯାଇଥିବା ବେଳେ ମୃତ୍ୟୁସଂଖ୍ୟା ୧୩୯୦ ଛୁଇଁଛି। ତେବେ ୧୦,୩୧୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଗତକାଲି ଆରୋଗ୍ୟଙ୍କ ସଂଖ୍ୟା ୯୬୩୯ ଥିଲା।

ରାଜ୍ୟ ସରକାରଙ୍କ ସୂଚନା ଅନୁଯାୟୀ, ୨୪ ଘଣ୍ଟା ମଧ୍ୟରେ ୨୨୫୦ ପଜିଟିଭ କେସ ଆସିବାରୁ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୦ ହଜାରର ନିକଟତର ହୋଇଛି। ତେବେ ୧୦ ହଜାରୁ ଅଧିକ ଲୋକ ସୁସ୍ଥ ହୋଇଥିବାରୁ ଏବେ ବିଭିନ୍ନ ହସ୍ପିଟାଲରେ ୨୭,୫୮୧ ଜଣ ଚିକିତ୍ସିତ ହେଉଛନ୍ତି।

ଆହୁରି ପଢ଼ନ୍ତୁ

ଗୋଟିଏ ଦିନରେ ମୁମ୍ବାଇରେ ୧୩୭୨ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୪୧ ଜଣଙ୍କ ମୃତ୍ୟୁ ଘଟିଛି। ଫଳରେ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୪,୧୧୮ ଓ ମୃତ୍ୟୁସଂଖ୍ୟା ୮୪୧ ରହିଛି।

ଅନ୍ୟପକ୍ଷରେ ଗୁଜରାଟରେ ଗୋଟିଏ ଦିନରେ ପୁଣି ୩୯୮ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଫଳରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୫୩୯ରେ ପହଞ୍ଚି ଯାଇଛି। ଏଠାରେ ୭୪୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫,୨୧୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

[ad_2]
Show More
Back to top button