ଦେଶ

ମହାରାଷ୍ଟ୍ରରେ ଗୋଟିଏ ଦିନରେ ୧୫୭୬ କରୋନା ଆକ୍ରାନ୍ତ ଚିହ୍ନଟ

ମୁମ୍ୱାଇ: ମହାରାଷ୍ଟ୍ରରେ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ଗୋଟିଏ ଦିନରେ ୧୫୭୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ୨୧,୪୬୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୨୪ ଘଣ୍ଟାରେ ୪୯ ଜଣଙ୍କର ମୃତ୍ୟୁ ହେବା ପରେ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ମୋଟ୍ ୧୦୬୮ ଛୁଇଁଛି। ଏଯାବତ ୬୫୬୪ ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଥିବା ସୂଚନା ରହିଛି।

ଆହୁରି ପଢ଼ନ୍ତୁ

ଦେଶରେ କରୋନାର ହଟସ୍ପଟ ମହାରାଷ୍ଟ୍ର ରହିଥିବା ବେଳେ ରାଜ୍ୟରେ ମୁମ୍ୱାଇ ରହିଛି କରୋନାର ହଟସ୍ପଟ। ଗୁରୁବାର କେବଳ ମୁମ୍ୱାଇରୁ ୯୯୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ମୁମ୍ବାଇ ମହାନଗର ନିଗମ ଅଧିନରେ ଥିବା ପୁଣେ, ସୋଲାପୁର,ଔରଙ୍ଗାବାଦ ଏବଂ ମାଲେଗାଓଁରେ ତୃତୀୟ ପର୍ଯ୍ୟାୟ ଲକଡାଉନ୍ ପରେ ୩୧ ମେ ଯାଏ ଲକଡାଉନ୍ ବୃଦ୍ଧି ହୋଇପାରେ। ଏ ନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମଧ୍ୟ ଇସାରା ଦେଇଛନ୍ତି।
ସେହିପରି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ନିରନ୍ତର ଭାବରେ ବଢ଼ିଚାଲିଛି। ଶକ୍ରବାର ସଂଧ୍ୟା ୪ଟା ସୁଦ୍ଧା ଦେଶରେ ୧୦୭୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। www.worldometers.info/coronavirus ର ରିପୋର୍ଟ ଅନୁଯାୟୀ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୩୦୭୨ ଛୁଇଁଛି। ଏହି ଆକ୍ରାନ୍ତଙ୍କ ସଂଖ୍ୟା ଦେଖିଲେ ଭାରତ ଏବେ କରୋନାର ଉତ୍ପତ୍ତି କୁହାଯାଉଥିବା ଚୀନର ଆକ୍ରାନ୍ତଙ୍କ ସଂଖ୍ୟା ଅପେକ୍ଷା ଅଧିକ ହୋଇଛି। ଚୀନରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୮୨,୯୩୩ ରହିଛି।



[ad_2]

Show More
Back to top button