ବିଦେଶ

ମହାମାରୀ କରୋନା ଏବେ ଆମେରିକା ଭାଇରସ

ୱାଶିଂଟନ: ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା କରୋନା ଭାଇରସର ଆକ୍ରମଣରେ ପୂରା ବେହାଲ ହୋଇଯାଇଛି। ସ୍ଥିତି ଏମିତି ହୋଇଛି ଯେ କରୋନା ଦ୍ୱାରା ବିଶ୍ୱରେ ସର୍ବାଧିକ ଆକ୍ରାନ୍ତ ଆମେରିକାରେ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ହାର ଆମେରିକାରେ ବଢ଼ିବା ସହ ମୃତ୍ୟୁ ସଂଖ୍ୟା ସେହି ଅନୁପାତରେ ମଧ୍ୟ ବଢ଼ିବାରେ ଲାଗିଛି।

କରୋନାର ପ୍ରାଣ କେନ୍ଦ୍ର କୁହାଯାଉଥିବା ଚାଇନାଠାରୁ ବି ଆମେରିକାରେ ସର୍ବାଧିକ ରୋଗୀ ଚିହ୍ନଟ ହୋଇଛନ୍ତି। ଇଟାଲୀରେ ବିଶ୍ୱର ସର୍ବାଧିକ ଲୋକ ପ୍ରାଣ ହରାଇଥିଲେ ହେଁ ଏଠାକାର ଆକ୍ରାନ୍ତଙ୍କ ସଂଖ୍ୟାଠାରୁ ଆମେରିକାରେ ରୋଗୀଙ୍କ ସଂଖ୍ୟା ଅଧିକ ରହିଛି। ଆମେରିକାରେ ରୋଗୀଙ୍କ ସଂଖ୍ୟା ବଢ଼ୁଥିବାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଖୁବଶୀଘ୍ର ମହାମାରୀ କରୋନାର ପରବର୍ତ୍ତୀ ଉତ୍ପତ୍ତି ସ୍ଥଳ ବୋଲି ଘୋଷଣା କରିପାରେ। ଏବେ କରୋନା ଆମେରିକା ଭାଇରସ ଭଳି ସ୍ଥିତି ଉପୁଜିଲାଣି।

ଆହୁରି ପଢ଼ନ୍ତୁ

ଆମେରିକାରେ ବର୍ତ୍ତମାନ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୫,୬୧୨ରେ ପହଞ୍ଚି ଥିବା ବେଳେ ମୃତକଙ୍କ ସଂଖ୍ୟା ୧୩୦୧ରେ ପହଞ୍ଚି ଯାଇଛି। ସେହିପରି ଏଠାରେ ୧୮୬୮ ଜଣ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ଆହୁରି ୮୨ ହଜାର ୪୪୩ ଜଣ ଲୋକ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏମାନଙ୍କ ମଧ୍ୟରୁ ୨,୧୨୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ମାର୍ଚ୍ଚ ୨୬ରେ ଆମେରିକାରେ ପ୍ରାୟ ଏକ ହଜାର ଲୋକ ପ୍ରାଣ ହରାଇଛନ୍ତି। ପ୍ରତି ୩ ଦିନରେ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଗୁଣ ହେଉଛି। ଆମେରିକା ସ୍ଥିତି ଦିନକୁ ଦିନ ଜଟିଳ ହେଉଥିଲେ ହେଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲୋକଙ୍କୁ ଆତଙ୍କିତ ହେବାକୁ ମନା କରିଛନ୍ତି। ଏଥିସହ ଇଷ୍ଟର ସୁଦ୍ଧା ଆମେରିକା ସ୍ଥିତି ଠିକ ହୋଇଯିବ ବୋଲି ସେ କହିଛନ୍ତି।

ଚାଇନାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୧,୩୪୦ ଥିବା ବେଳେ ମୃତ୍ୟୁସଂଖ୍ୟା ୩,୨୯୨ ରହିଛି। ଇଟାଲୀରେ ମୃତ୍ୟୁସଂଖ୍ୟା ୮ ,୨୧୫ ଛୁଇଁ ଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୮୦,୫୮୯ ରହିଛି।

[ad_2]
Show More
Back to top button