ରାଜ୍ୟ

ମହଙ୍ଗା ପଡ଼ିଲା ବାହାଘର ମଉଜ, ୫୦ ହଜାର ଜୋରିମାନା  

ବ୍ରହ୍ମପୁର (ଜଗନ୍ନାଥ ସାହୁ): ମହଙ୍ଗା ପଡ଼ିଲା ବିବାହ କାର୍ଯ୍ୟରେ କୋଭିଡ୍‌ ନିୟମର ଉଲ୍ଲଙ୍ଘନ। ବ୍ରହ୍ମପୁରରେ ଖୋଲାଖୋଲି କୋଭିଡ୍‌ ନିୟମର ଉଲ୍ଲଙ୍ଘନ କରି ବିବାହ ଶୋଭାଯାତ୍ରା ପାଇଁ ଉଭୟ ପକ୍ଷକୁ ୫୦ ହଜାର ଜୋରିମାନା ଆଦାୟ କରାଯାଇଛି। ଏଥି ସହିତ ଉଭୟ ପକ୍ଷ ବିରୋଧରେ ମାମଲା ମଧ୍ୟ ରୁଜୁ କରାଯାଇଛି।

ବ୍ରହ୍ମପୁର ନ୍ୟୁମିଲିଟାରେ ରୋଡ୍‌ର କୃଷ୍ଣଚନ୍ଦ୍ର ସାହୁଙ୍କ ପୁଅ ଦୀପକର ଗତ ୨ ତାରିଖରେ ବାହାଘର ହୋଇଥିଲେ। ଗୋପାଳପୁରରେ ଏକ ପଞ୍ଚ ତାରକା ହୋଟେଲ୍‌ରେ ହୋଇଥିବା ବିବାହ ଆସର। ଏଥିପାଇଁ ଉପଜିଲ୍ଲାପାଳଙ୍କଠାରେ ଆବେଦନ କରାଯାଇଥିଲା। କୋଭିଡ୍‌ ନିର୍ଦ୍ଦେଶ ଅନୁସାରେ ବିବାହ କରିବାକୁ ଆବେଦନରେ କୁହାଯାଇଥିଲା। ହେଲେ ଏଠାରେ କୋଭିଡ୍‌ ନିୟମକୁ ଜଳାଞ୍ଜଳି ଦେଇ ବର ଘର ପକ୍ଷରୁ ପ୍ରୋସେସନ୍‌ କରାଯାଇଥିଲା। ବର ରୋଷଣିରେ ଯିବା ବେଳେ ଡିଜେରେ କମ୍ପିଥିଲା ଅଞ୍ଚଳ। ବିନା ମାକ୍ସରେ ଖୋଲା କାର୍‌ରେ ନାଚୁଥିଲେ। ଆଉ ବରଯାତ୍ରୀମାନେ ନା ମାସ୍କ ପିନ୍ଧିଥିଲେ ନା ସାମାଜିତ ଦୂରତା ବଜାୟ ରଖିଥିଲେ। ସମସ୍ତେ କୋଭିଡ୍‌ ନିୟମକୁ ଉଲ୍ଲଙ୍ଘନ କରି ହାତ ଧରା ଧରି ହୋଇ ନାଚୁଥିବା ଦେଖିବାକୁ ମିଳିଥିଲା। ଯାହାର ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା। ଏହା ପରେ ଜିଲ୍ଲା ପ୍ରଶାସନ ତତ୍ପର ହୋଇଛି। ଉଭୟ ପକ୍ଷକୁ ୫୦,୦୦୦ ଟଙ୍କା ଜୋରିମାନା କରିଛି। ଏପରିକି ଥାନାରେ ମାମଲା ମଧ୍ୟ ରୁଜୁ ହୋଇଛି।

ଆହୁରି ପଢ଼ନ୍ତୁ

ଗଞ୍ଜାମ ଜିଲ୍ଲା ଏବେ ରେଡ୍‌ ଜୋନରେ ରହିଛି। ଏଠାରେ ପ୍ରତିଦିନ ‘କରୋନା’ ଆକ୍ରାନ୍ତଙ୍କ ସଂଖ୍ୟା ସେଞ୍ଚୁରି ମାରୁଛି। ଯାହାକୁ ନେଇ ଜିଲ୍ଲା ପ୍ରଶାସନର ଚିନ୍ତା ବଢ଼ି ଯାଇଛି। ‘କରୋନା’କୁ ଆୟତ୍ତ କରିବା ପାଇଁ ଜିଲ୍ଲା ପ୍ରଶାସନ ପ୍ରତିଦିନ ନାନା ରଣନୀତି ଆପଣାଉଛି। ହେଲେ କେତେକ ଅମାନିଆଙ୍କ ପାଇଁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।

ଆହୁରି ପଢ଼ନ୍ତୁ



[ad_2]

Show More
Back to top button