
ସତ୍ୟଶିଖା(ନୂଆଦିଲ୍ଲୀ) ୦୮/୧୨/୨୦୨୦ : ଭାରତର ଚତୁର୍ଥ ବଡ଼ ସଫ୍ଟଓ୍ୱେର କମ୍ପାନୀ ଓ୍ୱିପ୍ରୋ ଜାନୁଆରୀ ୧ ତାରିଖରୁ ପ୍ରାୟ ୮୦ପ୍ରତିଶତ କର୍ମଚାରୀଙ୍କ ବେତନ ବୃଦ୍ଧି ପାଇଁ ନିଷ୍ପତ୍ତି ନେଇଛି । ଏହାସହିତ ନିଜ କାମରେ ଯେଉଁମାନେ ଉଚ୍ଚ ପ୍ରଦର୍ଶନ କରିଥିବେ ସେମାନଙ୍କୁ ପଦୋନ୍ନତି ମଧ୍ୟ କରାଯିବ । କରୋନା ଭାଇରସ ପରି ସଙ୍କଟ ସମୟରେ ଆସିଥିବା ବ୍ୟାଘାତ ମଧ୍ୟରେ କମ୍ପାନୀ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । କର୍ମଚାରୀଙ୍କ ପାଇଁ ପୁରସ୍କାର ଓ ପଦୋନ୍ନତି ନିହାତି ଆବଶ୍ୟକ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।ଥିଏରି ଡେଲାପୋର୍ଟ-ନେତୃତ୍ୱାଧୀନ କମ୍ପାନୀ ଜୁନିଅର (ବି-୩ ଏବଂ ତାଠାରୁ ଅଧିକ)ରେ ଥିବା ଯୋଗ୍ୟ କର୍ମଚାରୀଙ୍କୁ ଆସନ୍ତା ଜାନୁଆରୀ ପହିଲାରୁ ବର୍ଦ୍ଧିତ ଦରମା ଦିଆଯିବ । କମ୍ପାନୀର ୮୦ ପ୍ରତିଶତ ଜୁନିଅର ସ୍ତରର କର୍ମଚାରୀ ଏହି ଲାଭ ପାଇବେ । ବି-୩ ବ୍ୟାଣ୍ଡସ୍ତରରେ କାମ କରୁଥିବା କର୍ମଚାରୀଙ୍କ ମଧ୍ୟରୁ ୧.୮ ଲକ୍ଷ କର୍ମଚାରୀଙ୍କ ପ୍ରାୟ ୮୦% ଅଂଶ ଗ୍ରହଣ ଅଛନ୍ତି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ମଧ୍ୟବିତ୍ତ ସ୍ତରର ସମସ୍ତ ଯୋଗ୍ୟ କର୍ମଚାରୀ (ସି-୧ବ୍ୟାଣ୍ଡ ଏବଂ ତାଠାରୁ ଅଧିକ)ଙ୍କୁ ଆସନ୍ତା ବର୍ଷ ଜୁନ୍ ୧ତାରିଖରୁ ଦରମା ବୃଦ୍ଧି କରାଯିବ ।
ସୁତ୍ରଅନୁସାରେ, ଅଫସୋର କର୍ମଚାରୀଙ୍କ ଦରମା ୬ରୁ ୮ ପ୍ରତିଶତ ବୃଦ୍ଧି ପାଇବାକୁ ଥିବା ବେଳେ ଅନସାଇଟ କର୍ମଚାରୀଙ୍କ ଦରମା ୩ରୁ ୪ ପ୍ରତିଶତକୁ ବୃଦ୍ଧି ପାଇବ । କମ୍ପାନୀ କହିଛି ଯେ, କର୍ମଚାରୀମାନେ କରୋନା ଭଳି ମହାମାରୀ ସମୟରେ ନିଜର ଶ୍ରେଷ୍ଠତା ପ୍ରତିପାଦର କରିଛନ୍ତି । କୋଭିଡ଼ ଭୟକୁ ଖାତିର ନକରି ସେବା ଯୋଗାଇଛନ୍ତି । ଏହାସହ କମ୍ପାନୀ ଅକ୍ଟୋବର-ଡିସେମ୍ବର ତ୍ରୈମାସିକ ଓ ଜାନୁଆରୀ-ମାର୍ଚ୍ଚ ତୈମାସିକରେ ପୁନଃଦରମା ପାଇବେ। ଏପରି ଭାବେ ବି-୩ର ସାତ ହଜାର କର୍ମଚାରୀ ଉପକୃତ ହେବ । ଏହା ହେଉଛି ଗତ ୩ବର୍ଷ ମଧ୍ୟରେ ସବୁଠାରୁ ଅଧିକ ପଦୋନ୍ନିତ ହୋଇଛି । ଗତ ଜୁଲାଇ-ସେପ୍ଟେମ୍ବର ତ୍ରୈମାସିକରେ କମ୍ପାନୀ ଏହାର କର୍ମଚାରୀମାନଙ୍କୁ ଶହେ ପ୍ରତିଶତ ବେତନ ଦେଇଛି ।