ମଲା ଝିଟିପିଟି ପରେ ପାଣି ପାଇପରୁ ବାହାରିଲା ମଲା ବେଙ୍ଗ


ରାୟଗଡ଼ା (ମନୋଜ ପାତ୍ର):ମ୍ୟୁନିସିପାଲିଟି ଦ୍ୱାରା ସହରବାସୀଙ୍କୁ ଯୋଗାଇ ଦିଆଯାଉଥିବା ପାଣି ପାଇପରୁ ବାହାରିଛି ମଲା ବେଙ୍ଗ। କିଛି ଦିନ ପୂର୍ବେ ଉକ୍ତ ପାଇପ୍ରୁ ଏକ ମଲା ଝିଟିପିଟି ବାହାରିଥିଲା। ରାୟଗଡ଼ାସ୍ଥିତ ନ୍ୟୁ କଲୋନୀରେ ଥିବା ଏକ ପାଇପ୍ରୁ ଗତକାଲି ମଲା ବେଙ୍ଗ ବାହାରିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ଗତକାଲି ନ୍ୟୁ କୋଲନୀ ପ୍ରଥମ ଲାଇନ ଭେଟେନାରୀ ଅଫିସ ନିକଟସ୍ଥ ପାଣି ପାଇପରୁ ଲୋକମାନେ ପାଣି ନେବାବେଳେ ଦୁର୍ଗନ୍ଧ ହେବା ସହ ପଚାସଢ଼ା ଜିନିଷ ବାହାରିଥିଲା। ସନ୍ଧ୍ୟାରେ ପୁଣି ସେପରି ହେବାରୁ ସ୍ଥାନୀୟ ଲୋକଙ୍କର ସନ୍ଦେହ ହୋଇଥିଲା। ନଳ ଖୋଲି ଦେଖିବାରୁ ସେଥିରେ ପଚିସଢ଼ି ଯାଇଥିବା ବେଙ୍ଗ ବାହାରିଥିଲା।
ଆହୁରି ପଢ଼ନ୍ତୁ
କିଛିଦିନ ତଳେ ପାଣି ପାଇପରୁ ମଲା ଝିଟିପିଟି ବାହାରିଥିବା ସ୍ଥାନୀୟ ଲୋକେ କହିଛନ୍ତି। ଏନେଇ ମ୍ୟୁନିସିପାଲଟି ଅଧିକାରୀଙ୍କ କୌଣସି ପ୍ରତିକ୍ରିୟା ମିଳି ନାହିଁ।
ନ୍ୟୁ କଲୋନୀ ବାସିନ୍ଦ ପି. ଗୋରୀ କହିଛନ୍ତି,“ ଗୋଳିଆ ପାଣି ସବୁବେଳେ ଆସୁଛି। ଆଜି ପାଣିରୁ ମାଂସ ଖଣ୍ଡ ବାହାରିଥିଲା। ପରେ ପାଇପ ଖୋଲି ଦେଖିଲା ବେଳକୁ ସେଥିରୁ ମଲା ବେଙ୍ଗ ବାହାରିଥିଲା।”