ରାଜ୍ୟ

ମମତାଙ୍କୁ ସହଯୋଗ କରିବା ପାଇଁ ପଶ୍ଚିମବଙ୍ଗ ଯିବେ ୩୦୦ ଅଗ୍ନିଶମ କର୍ମଚାରୀ

ଭୁବନେଶ୍ୱର(ସତ୍ୟଶିଖା): ସାମୁଦ୍ରିକ ଝଡ଼ ‘ଅମ୍ଫାନ’ରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ପଶ୍ଚିମବଙ୍ଗରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ନିମନ୍ତେ ଓଡ଼ିଶା ସରକାର ୩୦୦ ଅଗ୍ନିଶମ କର୍ମଚାରୀ ଓ ୩୦ଟି ଗାଡ଼ି ପଠାଇବେ। ଏହି କର୍ମଚାରୀମାନେ ଆଜି ରାତିରୁ ପଶ୍ଚିମବଙ୍ଗ ଅଭିମୁଖେ ଗସ୍ତ କରିବେ।

ଆହୁରି ପଢ଼ନ୍ତୁ

ଏ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ମୁଖ୍ୟ ଅଗ୍ନିଶମ ଅଧିକାରୀ ସୁକାନ୍ତ ସେଠୀ କହିଛନ୍ତି ଯେ, ସମସ୍ତ ଅତ୍ୟାଧୁନିକ ସାମଗ୍ରୀ ସହ ରାଜ୍ୟର ୩୦୦ ପ୍ରଶିକ୍ଷିତ ଅଗ୍ନିଶମ କର୍ମଚାରୀ ପଶ୍ଚିମବଙ୍ଗ ଗସ୍ତରେ ଯିବେ। ଏହି କର୍ମଚାରୀମାନେ ବିଭିନ୍ନ ଜିଲ୍ଲାରୁ ଯିବେ। ସେମାନେ ପଶ୍ଚିମବଙ୍ଗର ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେବେ।

ସୂଚନାଯୋଗ୍ୟ, ବାତ୍ୟା କ୍ଷତିଗ୍ରସ୍ତ ପଶ୍ଚିମବଙ୍ଗକୁ ସମସ୍ତ ପ୍ରକାରର ସହଯୋଗ ନିମନ୍ତେ ଓଡ଼ିଶା ସରକାର ପ୍ରସ୍ତାବ ଦେଇଥିଲେ। ଏପରିକି ବାତ୍ୟା କ୍ଷୟକ୍ଷତି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ କଥା ହୋଇ ଉଦବେଗ ଜଣାଇଥିଲେ।

[ad_2]
Show More
Back to top button